‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

Sep 08, 2026 - 15:14
‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ବିଧାୟକ ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହେଉଛି; ଏଥିରେ ସେ ହଜାର ହଜାର ଲୋକଙ୍କ ସମାବେଶକୁ ସମ୍ବୋଧିତ କରି ‘କାଜି କ୍ୟାମ୍ପ’ ଉପରେ କ୍ଷେପଣାସ୍ତ୍ର ପକାଇବା ବିଷୟରେ କହୁଥିବାର ଦେଖାଯାଉଛି। କାଜି କ୍ୟାମ୍ପ ଭୋପାଳର ଏକ ମୁସଲିମ ବହୁଳ ଅଞ୍ଚଳ, ଏବଂ ବିଧାୟକଙ୍କ ବୟାନକୁ ଏହି ଅଞ୍ଚଳ ସହିତ ଯୋଡାଯାଉଛି, ଯାହା ସମଗ୍ର ମଧ୍ୟପ୍ରଦେଶରେ ରାଜନୈତିକ ହଇଚଇ ସୃଷ୍ଟି କରୁଛି।
ଭିଡିଓରେ, ଭାଜପା ବିଧାୟକ ରାମେଶ୍ୱର ଶର୍ମା କହୁଥିବା ଶୁଣାଯାଉଛି, ‘ପ୍ରଧାନମନ୍ତ୍ରୀ ମୋଦି ସର୍ଜିକାଲ ଷ୍ଟ୍ରାଇକ କରିଥିଲେ। ଯେତେବେଳେ ଦେଶର ଲୋକମାନେ କହୁଥିଲେ ଯେ ଆମେ ଛୁଞ୍ଚି ତିଆରି କରିବା ଜାଣିନାହୁଁ, ମୋଦି ଘୋଷଣା କରିଥିଲେ ଯେ ଆମେ କ୍ଷେପଣାସ୍ତ୍ର ତିଆରି କରିବୁ। ତୁମେ କରଣ୍ଡ ସ୍କୋୟାରରେ ଠିଆ ହୁଅ, କ୍ଷେପଣାସ୍ତ୍ର ଲଞ୍ଚ କର, ଏବଂ କାଜି କ୍ୟାମ୍ପରେ ପକାଇ ଦିଅ।’ ଏହା ଶୁଣି ଶହ ଶହ ସମର୍ଥକ କରତାଳି ଦେଇ ଉତ୍ସାହିତ ହେଲେ।

Dharitri – Odisha’s No.1, Most Trusted Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।