ଚନ୍ଦ୍ରଶେଖରନ ନିଯୁକ୍ତି ବିବାଦ
ନୂଆଦିଲ୍ଲୀ: ଟାଟା ସନ୍ସ ଓ ଟାଟା ଟ୍ରଷ୍ଟ ମଧ୍ୟରେ ବିବାଦ ଲମ୍ବା ଚାଲିବା ଭଳି ମନେ ହେଉଛି। ଏନ୍ ଚନ୍ଦଶେଖରନଙ୍କୁ ଟାଟା ସନ୍ସ ବୋର୍ଡ ଆଉ ୫ ବର୍ଷର ସୁଯୋଗ ଦେବା ଓ ତାହାକୁ ଟ୍ରଷ୍ଟର ମୁଖ୍ୟ ନୋଏଲ ଟାଟା ତୀବ୍ର ବିରୋଧ କରିବା ଘଟଣାକୁ ଭିନ୍ନ ମୋଡ଼ ଦେଇଛି। ମାମଲାକୁ ନେଇ କୋର୍ଟ ଯିବାକୁ ନୋଏଲ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ମାମଲାକୁ ବିଶିଷ୍ଟ ଆଇନଜୀବୀ ଅଭିଷେକ ମନୁ ସାଂଘଭି ପରିଚାଳନା କରିବା ସମ୍ଭାବନା ରହିଛି। ସାଂଘଭି ହେଉଛନ୍ତି ସ୍ବର୍ଗତ ରତନ ଟାଟାଙ୍କ ଅତି ପରିଚିତ। ସାଇସର୍ ମିସ୍ତ୍ରୀ ମାମଲାରେ ସେ ଟାଟାଙ୍କ ସହ କାମ କରିଥଲେ।
ଆଜି ସେ ସୋସିଆଲ ମିଡିଆ ଲେଖିଛନ୍ତି, ମାଲିକଙ୍କ ମୌଳିକ ଅଧିକାରକୁ ଏଭଳି ଢଙ୍ଗରେ ବାତିଲ କରାଯାଇପାରିବ ନାହିଁ। ଅଂଶଧନକାରୀ ମାଲିକାନା ଅଧିକାରକୁ ଅସ୍ଥିର କରିବା ଶହ ଶହ ଭାରତୀୟ କମ୍ପାନିର କର୍ପୋରେଟ୍ ଶାସନକୁ ବିପଦରେ ପକାଇବ। ଟାଟା ଟ୍ରଷ୍ଟ ଓ ଟାଟା ସନ୍ସର ୧୦୦ ର୍ଷରୁ ଅଧିକ ସମୟ ଧରି ଏକ ଦୃଢ଼ ପରମ୍ପରା ରହିଛି। ଏହାକୁ ଭାଙ୍ଗିବା ଓ ଜଣକୁ ଅନ୍ୟଠାରୁ ଅଲଗା କରିବା ବିଷୟରେ କଳ୍ପନା ମଧ୍ୟ କରିହେଉନାହିଁ। ମତଦାନ ପ୍ରକ୍ରିୟାରେ ଟଷ୍ଟର ସର୍ବସମ୍ମତି ବ୍ୟବସ୍ଥା ପ୍ରଚଳିତ ରହିଆସିଛି। ତାହାକୁ ଅଣଦେଖା କରିବା ଅନୁଚିତ ମନେହେଉଛି ବୋଲି ସାଂଘଭି ଲେଖିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।