ଚାଇନା ଏଜେଣ୍ଟଙ୍କୁ ସମ୍ବେଦନଶୀଳ ତଥ୍ୟ ଦେଇଛନ୍ତି ସେନା ଅଧିକାରୀଙ୍କ ସ୍ତ୍ରୀ
ଜମ୍ମୁ,୧୯ା୧୦(ପି.ଟି.): ଚାଇନା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ସମେତ ବିଦେଶୀ ଗୋଇନ୍ଦା ଏଜେଣ୍ଟଙ୍କୁ ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ଶେୟାର କରିବା ଅଭିଯୋଗରେ ଜମ୍ମୁ-କଶ୍ମୀର ପୋଲିସ ଜଣେ ସେନା ଅଫିସରଙ୍କ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କରିଛି। ସେ କିଛି ଗବେଷଣା ସମ୍ବନ୍ଧୀୟ କାର୍ଯ୍ୟରେ ସାମିଲ ଥିଲେ, ଯାହାର ଯାଞ୍ଚ କରାଯାଉଛି। ମହିଳା ଜଣକ କି ପ୍ରକାର କାର୍ଯ୍ୟ କରୁଥିଲେ ଓ ବିଦେଶୀ ଗୋଇନ୍ଦା ଏଜେଣ୍ଟମାନଙ୍କ ସହ କିଭଳି ତଥ୍ୟ ବା ସାମଗ୍ରୀ ଶେୟାର କରୁଥିଲେ, ପୋଲିସ ତାହାର ତଦନ୍ତ ଚଳାଇଛି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଏବଂ ସରକାରୀ ଗୋପନୀୟତା ଆଇନ ଅନୁଯାୟୀ ଗାନ୍ଧୀନଗର ଥାନାରେ ମହିଳାଙ୍କ ନାମରେ ମାମଲା ରୁଜୁ ହୋଇଛି। ମହିଳାଙ୍କ ଘର ତେଲଙ୍ଗାନା ହୋଇଥିବାବେଳେ ସେ ତାଙ୍କ ସ୍ବାମୀଙ୍କ ସହ ଜମ୍ମୁରେ ରହୁଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।