ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

Sep 19, 2026 - 11:45
ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ କେନ୍ଦ୍ରୀୟ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଥିବା ତଥ୍ୟ ଦିଆଯାଇଛି। ଏହି ପରିବର୍ତ୍ତନ ଫଳରେ ପ୍ରାୟ ୫୧ ଲକ୍ଷ ଅତିରିକ୍ତ କର୍ମଚାରୀ ସାମାଜିକ ସୁରକ୍ଷା ଯୋଜନାର ପରିସରକୁ ଆସିପାରନ୍ତି। ଏଥିରେ କର୍ମଚାରୀ ଭବିଷ୍ୟ ନିଧି (EPF), କର୍ମଚାରୀ ପେନସନ ଯୋଜନା (EPS) ଏବଂ କର୍ମଚାରୀ ଜମା-ଲିଙ୍କ୍ଡ ବୀମା ଯୋଜନା (EDLI) ଭଳି ସୁବିଧା ସାମିଲ ରହିଛି।

ଯେଉଁ କର୍ମଚାରୀଙ୍କ ମାସିକ ବେତନ ୧୫,୦୦୦ରୁ ୨୫,୦୦୦ ମଧ୍ୟରେ, ସେମାନଙ୍କ ପାଇଁ ଏହି ପରିବର୍ତ୍ତନ ବିଶେଷ ଗୁରୁତ୍ୱ ବହନ କରେ। ଏହା ସହ ନୂଆ ଚାକିରିରେ ଯୋଗ ଦେଉଥିବା କର୍ମଚାରୀମାନେ ମଧ୍ୟ ସାମାଜିକ ସୁରକ୍ଷା ସୁବିଧାର ପରିସରକୁ ଆସିପାରିବେ।

PF ଅବଦାନ ବଢ଼ିଲେ କର୍ମଚାରୀଙ୍କ ଭବିଷ୍ୟତ ସଞ୍ଚୟ ମଧ୍ୟ ବଢ଼ିବ। ତେବେ ଏହାର ପ୍ରଭାବ ମାସିକ ଇନ-ହାଣ୍ଡ ସାଲାରୀ ଉପରେ ପଡ଼ିପାରେ। ଅର୍ଥାତ୍‌ PF ପାଇଁ ଅଧିକ ଟଙ୍କା ଜମା ହେଲେ ପ୍ରତିମାସ କର୍ମଚାରୀଙ୍କ ହାତକୁ ଆସୁଥିବା ଦରମା କିଛିଟା କମିପାରେ। ତେବେ ଏହି ବ୍ୟବସ୍ଥା ମାଧ୍ୟମରେ କର୍ମଚାରୀମାନେ ଦୀର୍ଘମିଆଦି ସଞ୍ଚୟ ସହ ପେନସନ ଏବଂ ବୀମା ଭଳି ସାମାଜିକ ସୁରକ୍ଷା ସୁବିଧା ପାଇବାର ସୁଯୋଗ ପାଇପାରିବେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।