ଚେକ୍‌ରେ ‘ଓନ୍‌ଲି’ ଲେଖାଯାଏ କାହିଁକି?

Nov 05, 2026 - 05:30
ଚେକ୍‌ରେ ‘ଓନ୍‌ଲି’ ଲେଖାଯାଏ କାହିଁକି?

ବ୍ୟାଙ୍କ୍‌ ଚେକ୍‌ ପୂରଣ କରିବାବେଳେ ଟଙ୍କାର ପରିମାଣ ଦୁଇଥର ଲେଖାଯାଏ।

ଥରେ ଅକ୍ଷରରେ ଏବଂ ଆଉ ଥରେ ଅଙ୍କରେ।

ଅକ୍ଷରରେ ଟଙ୍କାର ପରିମାଣ ଲେଖିଲା ବେଳେ ତାହା କେତୋଟି ଶବ୍ଦରେ ଲେଖାଯାଏ।

ଶବ୍ଦ ମଝିରେ ଫାଙ୍କା ଛାଡ଼ିବା କିଛି କ୍ଷତି ହେବା ପରି ମନେହୁଏ ନାହିଁ।

କିନ୍ତୁ, ଠକମାନେ ଏହି ଫାଙ୍କରୁ ଫାଇଦା ଉଠାଇବାର ଆଶଙ୍କ ଥାଏ।

ଶବ୍ଦ ମଝିରେ ଥିବା ଫାଙ୍କରେ ସେମାନେ ଆଉ ଗୋଟିଏ ଶବ୍ଦ ପୂରାଇ ଚେକ୍‌ରେ ଲେଖାଯାଇଥିବା ଟଙ୍କାର ପରିମାଣ ବଢ଼ାଇ ଦେଇପାରନ୍ତି।

ଧରାଯାଉ ୧୦,୦୦୦ ଟଙ୍କାର ଚେକ୍‌ ଲେଖାଯାଇଛି।

ଏହା ଆଗରେ ବା ଶେଷରେ ସଂଖ୍ୟାବାଚକ ଶବ୍ଦଟିଏ ବସାଇଦେଲେ ଟଙ୍କାର ପରିମାଣ ବଢ଼ିଯାଏ।

ଫଳରେ ଆକାଉଣ୍ଟ ଧାରକଙ୍କର କ୍ଷତି ହୁଏ।

Advertisment PV Sindhu: ବିଡବ୍‌ଲ୍ୟୁଏଫ୍‌ ମାନ୍ୟତା: ଷଷ୍ଠକୁ ଉଠିଲେ ସିନ୍ଧୁ ଚେକ୍‌ରେ ଲେଖାଯାଉଥିବା ଟଙ୍କା ପରିମାଣ ଶେଷରେ 'ଓନ୍‌ଲି' ଲେଖିଦେଲେ ତାହା ଏଭଳି ଜାଲିଆତିରୁ ରକ୍ଷା କରେ।

'ଓନ୍‌ଲି' ସୂଚନା ଦିଏ ଯେ ଚେକ୍‌ରେ ଯେତିକି ପରିମାଣର ଟଙ୍କା ଲେଖାଯାଇଛି ତାହା ଠିକ୍‌।

ଟଙ୍କାର ପରିମାଣ ବଢ଼ାଇବା ପାଇଁ ଏଥିରେ ଆଉ କୌଣସି ସଂଖ୍ୟାବାଚକ ଶବ୍ଦ କିଂବା ସଂଖ୍ୟା ଯୋଗ କରାଯାଇ ପାରିବ ନାହିଁ।

ବ୍ୟାଙ୍କ୍‌ ମଧ୍ୟ ଗ୍ରାହକମାନଙ୍କୁ କହିଥାଏ ଯେ ଲେଖିବା ପରେ ଚେକ୍‌ରେ ଦୁଇ ପ୍ରକାର ଲେଖାଯାଇଥିବା ଟଙ୍କାର ପରିମାଣ ଠିକ୍‌ ଅଛି ବୋଲି ଯାଞ୍ଚ କରିନିଅନ୍ତୁ।

ମନେକରନ୍ତୁ ସଂଖ୍ୟାରେ ୧୦,୦୦୦ ଟଙ୍କା ଲେଖିଛନ୍ତି ମାନେ ସଂଖ୍ୟାବାଚକ ଶବ୍ଦରେ ମଧ୍ୟ ଦଶ ହଜାର ଲେଖିଛନ୍ତି ବୋଲି ପରଖି ନିଅନ୍ତୁ।

Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି ବ୍ୟାଙ୍କ୍‌ ଚେକ୍‌ରେ ଟଙ୍କାର ପରିମାଣ ପରେ 'ଓନ୍‌ଲି' ଲେଖାଯିବା ଭଲ ବୋଲି ସଭିଏଁ କହନ୍ତି।

କିନ୍ତୁ, ଆକାଉଣ୍ଟ୍‌ ହୋଲ୍‌ଡର୍‌ମାନେ ଚେକ୍‌ରେ 'ଓନ୍‌ଲି' ଲେଖିବାକୁ ବାଧ୍ୟ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କୌଣସି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରି ନାହିଁ।

ଠକାମିରେ ନ ପଡ଼ିବା ପାଇଁ କେତେକ ବ୍ୟାଙ୍କ୍‌ ଟଙ୍କା ପରିମାଣ ଶେଷରେ 'ଓନ୍‌ଲି' ଲେଖିବାକୁ ପରାମର୍ଶ ଦେଲେ।

କାଳକ୍ରମେ ସମସ୍ତ ବ୍ୟାଙ୍କ୍‌ ଏହି ପରାମର୍ଶ ମାନିଲେ।

ସେମାନଙ୍କ ଆକାଉଣ୍ଟ୍‌ ଧାରକମାନଙ୍କୁ ଚେକ୍‌ରେ ଓନ୍‌ଲି ଲେଖିବାକୁ କହିଲେ।

ଟଙ୍କା ଦେଣନେଣରେ ଗୋଳମାଳ ହେବ ନାହିଁ ମନେକରି ଆକାଉଣ୍ଟ୍‌ ଧାରକମାନେ ବି ବଡ଼ ଆଗ୍ରହ ସହକାରେ ‌େଚକ୍‌ରେ 'ଓନ୍‌ଲି' ଲେଖିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।