Cyclone: ରାତିରେ ରାଜି ହେଲେ, ସକାଳେ ମନା କଲେ: ପ୍ରତୀକାତ୍ମକ ସଂସ୍କାର ହେଲାନି
ଘୁ.ଉଦୟଗିରି/ଭଞ୍ଜନଗର: ଭୂସ୍ଖଳନରେ ନିଶ୍ଚିହ୍ନ ହୋଇଯାଇଥିବା ଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତ ଗିଡ଼ିପାବାଲିରେ ଆଜି ୧୧ ନିଖୋଜଙ୍କ ପ୍ରତୀକାତ୍ମକ ସଂସ୍କାର ହୋଇପାରିନି।
ସବୁ ପ୍ରକାର ପ୍ରସ୍ତୁତି ସତ୍ତ୍ବେ ପରିବାରବର୍ଗ ହଠାତ୍ ନିଷ୍ପତ୍ତି ବଦଳାଇ ଦେଇଛନ୍ତି।
'ମାଟି ଭିତରୁ ଆମ ଲୋକଙ୍କ ଶବ ବାହାର କର।
ତା'ପରେ ଯାଇ ଆମେ ସତ୍କାର କରିବୁ ବୋଲି' ଜିଦ୍ ଧରିଛନ୍ତି।
ଶେଷରେ କୌଣସି ଉପାୟ ନ ପାଇ ଉଦ୍ଧାରକାରୀ ଦଳ ଓ ପ୍ରଶାସନିକ ଅଧିକାରୀମାନେ ସେଠାରୁ ଫେରିଆସିଛନ୍ତି।
ଉଦ୍ଧାର କାର୍ଯ୍ୟକୁ ବି ସ୍ଥଗିତ ରଖାଯାଇଛି।
Advertisment ICICI Life Insurance: ଆଇସିଆଇସିଆଇ ଲାଇଫ୍ ଇନ୍ସ୍ୟୁରାନ୍ସର ନୂଆ ପେନ୍ସନ୍ ପ୍ଲାନ୍ ପ୍ରବଳ ବର୍ଷା କାରଣରୁ ଗିଡ଼ିପାବାଲିରେ ଭୂସ୍କଳନ ଯୋଗୁଁ ୧୩ ଜଣ ନିଖୋଜ ହୋଇଯାଇଥିବା ବେଳେ ଅଗ୍ନିଶମ ବାହିନୀଠାରୁ ଆରମ୍ଭ କରି, ଏସ୍ଓଜି, ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ରେଳବାଇର ୩ଟି ଇଞ୍ଜିନିୟରିଂ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ବହୁ କଷ୍ଟରେ ୨ଜଣଙ୍କ ଶବ ଉଦ୍ଧାର ହୋଇଥିବାବେଳେ ଅନ୍ୟ ୧୧ଜଣଙ୍କ ପତ୍ତା ମିଳିନି।
ତେବେ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଗତକାଲି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାପାଳ ଘୁ.ଉଦୟଗିରି ବ୍ଲକ୍ କିଲାପଙ୍ଗା ପ୍ରାଥମିକ ବିଦ୍ୟାଳୟ ଆଶ୍ରୟସ୍ଥଳରେ ପହଞ୍ଚି ନିଖୋଜଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।
୧୧ ଜଣ ନିଖୋଜଙ୍କ ପ୍ରତୀକାତ୍ମକ ସତ୍କାର ପରେ ସରକାରୀ ନିୟମାନୁସାରେ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।
ଏଥିରେ ସେମାନେ ରାଜି ହୋଇଥିଲେ।
ପ୍ରସ୍ତୁତି ସତ୍ତ୍ବେ ହଠାତ୍ ବଦଳିଗଲା ନିଷ୍ପତ୍ତି 'ମାଟି ଭିତରୁ ଆମ ଲୋକଙ୍କ ଶବ ବାହାର କର' ଫେରିଆସିଲେ ଉଦ୍ଧାରକାରୀ ଦଳ ଓ ତହସିଲଦାର ସେହି ଅନୁସାରେ, ସମସ୍ତ ନିଖୋଜଙ୍କ ଫଟୋ ଫ୍ରେମ୍ ପ୍ରସ୍ତୁତ ହୋଇଥିଲା।
ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ରଙ୍କ ନେତୃତ୍ୱରେ ଆଜି ସକାଳ ୮ଟାରେ ଉଦ୍ଧାରକାରୀ ଦଳ ସତ୍କାର ପାଇଁ ଆବଶ୍ୟକ ସାମଗ୍ରୀ ନେଇ ପାହାଡ଼ିଆ ରାସ୍ତାରେ ତିନି ଘଣ୍ଟା ଚାଲି ଭୂସ୍ଖଳନସ୍ଥଳରେ ପହଞ୍ଚିଥିଲେ।
ତେବେ ହଠାତ୍ ପରିବାର ସଦସ୍ୟ ପ୍ରତୀକାତ୍ମକ ସତ୍କାର ପାଇଁ ରାଜି ହୋଇ ନଥିଲେ।
ଆମକୁ ଶବ ଦରକାର ବୋଲି ଜିଦ୍ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ଦାବି କରିଥିଲେ।
କିଛି ଉପାୟ ନପାଇ ଉଦ୍ଧାରକାରୀ ଦଳ ଫେରି ଆସିଥିଲେ।
Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି ସୂଚନା ଥାଉକି, ରବି ମଲ୍ଲିକ ଓ ସନମାନ ପ୍ରଧାନଙ୍କ ଶବ ଉଦ୍ଧାର ପରେ ଅନ୍ତିମ ସତ୍କାର କରାଯାଇଛି।
କିନ୍ତୁ ବର୍ତ୍ତମାନସୁଦ୍ଧା ବଳଦେବ ପ୍ରଧାନ, ବିଜୟ ପ୍ରଧାନ, ପ୍ରତାପ ପ୍ରଧାନ, ଜୟନ୍ତୀ ପ୍ରଧାନ, ପଦ୍ମା ପ୍ରଧାନ, ଦୁର୍ଗାସିନୀ ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ରାଜଲକ୍ଷ୍ମୀ ପ୍ରଧାନ, ଚିମ୍ପୁ ପ୍ରଧାନ, ତାରାବତୀ ପ୍ରଧାନ ଓ ସୁମିତ୍ରା ପ୍ରଧାନଙ୍କ କୌଣସି ପତ୍ତା ମିଳିନାହିଁ।
ଆଗକୁ ଏଠାରେ ଉଦ୍ଧାର କାର୍ଯ୍ୟ ଚାଲିବ କି ନାହିଁ ଅନିଶ୍ଚିତତା ଦେଖାଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।