ଜଣାପଡିଲା କିଏ କରିଥିଲେ NEET-UG ପ୍ରଶ୍ନପତ୍ର ଲିକ୍‌: CBI କଲା ବଡ଼ ଖୁଲାସା, ଦେଶରେ ଚହଳ

Aug 07, 2026 - 09:48
ଜଣାପଡିଲା କିଏ କରିଥିଲେ NEET-UG ପ୍ରଶ୍ନପତ୍ର ଲିକ୍‌: CBI କଲା ବଡ଼ ଖୁଲାସା, ଦେଶରେ ଚହଳ

ନୂଆଦିଲ୍ଲୀ, ୭।୮: NEET-UG ପ୍ରଶ୍ନପତ୍ର ଲିକ୍‌ ମାମଲାରେ CBIର ଚାର୍ଜସିଟ ପରୀକ୍ଷା ବ୍ୟବସ୍ଥାର ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରଶ୍ନପତ୍ର କୌଣସି ପ୍ରିଣ୍ଟିଂ ପ୍ରେସ୍‌ରୁ ଲିକ୍‌ ହୋଇନଥିଲା, ବରଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପାଇଁ କାମ କରୁଥିବା ବିଷୟ ବିଶେଷଜ୍ଞମାନଙ୍କ ମାଧ୍ୟମରେ ଏହା ଲିକ୍‌ ହୋଇଥିବା କଥା ସାମ୍ନାକୁ ଆସିଛି। ଏହି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟ ଉପରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ୧୦ ଅଗଷ୍ଟରେ ବିଚାର କରିବେ।

CBI ଅନୁସାରେ, ପ୍ରଶ୍ନପତ୍ରର ଗୋପନୀୟ ଅନୁବାଦ, ବ୍ୟାକ-ଟ୍ରାନ୍ସଲେସନ ଏବଂ ପ୍ରୁଫ୍ରିଡିଂ ପ୍ରକ୍ରିୟା ସମୟରେ ବିଷୟ ବିଶେଷଜ୍ଞମାନେ ନିଜର ଅଧିକାରର ଦୁରୁପଯୋଗ କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ବଟାନି-ଜୁଲୋଜି ବିଶେଷଜ୍ଞ ମନୀଷା ଗୁରୁନାଥ ମନ୍ଧାରେ, କେମିଷ୍ଟ୍ରି ବିଶେଷଜ୍ଞ ପ୍ରଲ୍ହାଦ ବିଠ୍ଠଳରାଓ କୁଲକର୍ଣ୍ଣୀ (ପି.ଭି. କୁଲକର୍ଣ୍ଣୀ) ଏବଂ ଫିଜିକ୍ସ ବିଶେଷଜ୍ଞ ମନୀଷା ସଞ୍ଜୟ ହାୱାଲଦାର ପ୍ରଶ୍ନପତ୍ରର ସୂଚନା ବାହାରକୁ ପହଞ୍ଚାଇଥିଲେ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।