ଜମା ଖାତାରୁ ଆପେ ଆପେ ଟଙ୍କା ଗାଏଭ!

Oct 01, 2026 - 12:11
ଜମା ଖାତାରୁ ଆପେ ଆପେ ଟଙ୍କା ଗାଏଭ!

ବାସୁଦେବପୁର : ଜମାକାରୀ ଜାଣିପାରୁ ନାହାନ୍ତି। ଜମା ଖାତାରୁ ଆପେ ଆପେ ଟଙ୍କା ଗାଏବ। ହଜାରେ ଦୁଇ ହଜାର ନୁହଁ, ଲକ୍ଷ ଲକ୍ଷ ଟଙ୍କା ଗାଏବ। ଏହି ଅଭିଯୋଗ ଆସିଛି ଭଦ୍ରକ ବାସୁଦେବପୁର ପଢୁଆଁ ସୋସାଇଟିରୁ । ଖୋଦ ସୋସାଇଟିର ବୋର୍ଡ ଅଫ୍ ଡିରେକ୍ଟର ବଂଶୀଧର ଦାସଙ୍କ ଖାତାରୁ ଲକ୍ଷାଧିକ ଟଙ୍କା ଗାଏବ ହୋଇଛି।  ବାଲେଶ୍ଵର- ଭଦ୍ରକ କୋ ଅପରେଟିଭ ବ୍ୟାଙ୍କ ବାସୁଦେବପୁର ଶାଖାର ମ୍ୟାନେଜରଙ୍କଠାରୁ ଆରମ୍ଭ କରି DRCS ପର୍ଯ୍ୟନ୍ତ ସବୁଠି ଅଭିଯୋଗ ସେ କରିଛନ୍ତି । କେବଳ ବଂଶୀଧର ଏକା ନୁହଁନ୍ତି । ଏମିତି ବହୁ ଅଭିଯୋଗ ଆସିଛି ।ଡିରେକ୍ଚର ବଂଶୀଧର ଦାସ ସେବା ସମବାୟ ସମିତିର ୨୦୧୬ ମସିହା ମାର୍ଚ୍ଚ  ମାସରେ ଖାତା ନମ୍ବର ୧୨୫୨ ଏକ ଜମାଖାତା ଖୋଲିଥିଲେ। ସେହି ଦିନଠାରୁ ଅର୍ଥ କାରବାର କରି ଆସୁଥିଲେ । ଜୁଲାଇ  ୧୦ ତାରିଖରେ ୧ ଲକ୍ଷ ୨୦ ଉଠାଇ ଥିଲେ । ଆହୁରି ଲକ୍ଷାଧିକ ଟଙ୍କା ଥିଲା। ୨୩ ସେପ୍ଟେମ୍ବର (ବୁଧବାର) ସୋସାଇଟିରକୁ ଟଙ୍କା ଉଠାଇବାକୁ ଯାଇ ଥିବା ବେଳେ ଜମା ଖାତାରୁ ଟଙ୍କା ଗାଏବ ହୋଇ ଯାଇଛି । ପାସ ବୁକ୍ ରେ  ଲେଖା ଅଛି । ହେଲେ ସୋସାଇଟି ଲେଜର ଟଙ୍କା ନଥିବାର କହି କର୍ମଚାରୀ ଫେରାଇ ଦେଇଥିଲେ । ପଢୁଆଁ ସୋସାଇଟିର ସମ୍ପାଦକ ନିକଟରେ ଆତ୍ମହତ୍ୟା କରିଛନ୍ତି । ଏହାର ସୁଯୋଗ ନେଇ  କିଛି କର୍ମଚାରୀ ଜମାକାରୀଙ୍କ ଖାତାରୁ ଅର୍ଥ ଲୁଟ କରିଥିବାର ଅଭିଯୋଗ ହେଉଛି । …

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।