ଜମ୍ମୁ-କାଶ୍ମୀରର କୁପୱାଡ଼ାରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ, ଅନୁପ୍ରବେଶ ଉଦ୍ୟମ ପଣ୍ଡ

Oct 17, 2026 - 14:50
ଜମ୍ମୁ-କାଶ୍ମୀରର କୁପୱାଡ଼ାରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ, ଅନୁପ୍ରବେଶ ଉଦ୍ୟମ ପଣ୍ଡ

କୁପୱାଡ଼ା : ଜମ୍ମୁ-କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ସୁରକ୍ଷାବାହିନୀ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ଏନକାଉଣ୍ଟରରେ ଦୁଇ ଜଣ ସଶସ୍ତ୍ର ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟସ୍ଥ କେରନ୍ ସେକ୍ଟରରେ ଏହି ଘଟଣା ଘଟିଛି। ଅନ୍ଧାରର ସୁଯୋଗ ନେଇ କିଛି ଅନୁପ୍ରବେଶକାରୀ ସୀମା ଅତିକ୍ରମ କରିବାକୁ ଉଦ୍ୟମ କରୁଥିଲେ। ସତର୍କ ଥିବା ସୁରକ୍ଷାବାହିନୀ ସେମାନଙ୍କୁ ଚ୍ୟାଲେଞ୍ଜ କରିବା ପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। କେଲାଣ୍ଡି ନିକଟସ୍ଥ ଜୁମଗୁଣ୍ଡ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ପ୍ରାୟ ୧୦ରୁ ୧୫ ମିନିଟ୍ ଧରି ଗୁଳିବିନିମୟ ଚାଲିବା ପରେ ସୀମା ନିକଟରେ ଦୁଇ ଜଣ ଅନୁପ୍ରବେଶକାରୀ ନିହତ ହୋଇଥିଲେ। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷାବାହିନୀ ଘେରାଉ କରି ରଖିଛି। ଅନ୍ୟ କୌଣସି ଅନୁପ୍ରବେଶକାରୀ ସୀମା ଅତିକ୍ରମ କରିଛନ୍ତି କି ନାହିଁ, ତାହା ଜାଣିବା ପାଇଁ ସେନା ପକ୍ଷରୁ ଜୋରଦାର ତଲାସୀ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।