ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର, ବଡ଼ ଦୁର୍ଘଟଣାରୁ….

Aug 11, 2026 - 13:45
ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର, ବଡ଼ ଦୁର୍ଘଟଣାରୁ….

କୋଲକାତା,୧୧।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ପୂର୍ବ ମେଦିନୀପୁରର କୋଲାଘାଟରେ ଜରୁରୀ ଅବତରଣ କରୁଛି । ସେ ଖୁଦିରାମ ବୋଷଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ଉତ୍ସବରେ ଯୋଗଦେବା ପାଇଁ କୋଲକାତାରୁ ପଶ୍ଚିମ ମେଦିନୀପୁରର କେଶପୁରକୁ ଯାତ୍ରା କରୁଥିଲେ ।

ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ପାଗ ଖରାପ ଥିବାରୁ ପାଇଲଟ୍ ସତର୍କତାମୂଳକ ପଦକ୍ଷେପ ନେଇ ହେଲିକପ୍ଟରକୁ କୋଲାଘାଟରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ। ରିପୋର୍ଟ ଅନୁଯାୟୀ ହେଲିକପ୍ଟରଟି ସୁରକ୍ଷିତ ଭାବରେ ଅବତରଣ କରିଛି। କୌଣସି କ୍ଷୟକ୍ଷତି କିମ୍ବା ଅପ୍ରୀତିକର ଘଟଣା ସମ୍ପର୍କରେ କୌଣସି ସୂଚନା ନାହିଁ। ପାଗ ପରିସ୍ଥିତି ସ୍ୱାଭାବିକ ହେବା ପରେ ପରବର୍ତ୍ତୀ ଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।