ଜଳ ନିଷ୍କାସନକୁ ନେଇ ଧାମରା ବନ୍ଦର ଆଗରେ ପଞ୍ଚାୟତବାସୀଙ୍କ ଧାରଣା

Aug 18, 2026 - 15:05

ଧାମରା : ଜଳ ନିଷ୍କାସନ ନହେଲେ ରାସ୍ତାରୁ ହଟିବୁନି। ଏଭଳି ଘଟଣା ଘଟିଛି ଧାମରାରେ। ଧାମରା ବନ୍ଦର (ଆଦାନୀ) କର୍ତ୍ତୃପକ୍ଷ କଇଥଖୋଲା ଏବଂ ଦୋସିଙ୍ଗା ପଞ୍ଚାୟତରେ ଥିବା ୫ଟି ପାଣି ନିଷ୍କାସନ ନାଳକୁ ପୋତି ଦେଇ ଥିବାରୁ ଏହି ଅଞ୍ଚଳରୁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଫଳରେ ଏହି ଦୁଇ ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମି ରହୁଛି। ଆଜି ପର୍ଯ୍ୟନ୍ତ ଶହ ଶହ ଚାଷୀ ନିଜର ଚାଷଜମିକୁ ଯାଇ ପାରୁନାହାନ୍ତି ଏବଂ ଚାଷ ମଧ୍ୟ କରି ପାରୁ ନାହାନ୍ତି। ଏନେଇ ଆଦାନୀ କର୍ତ୍ତୃପକ୍ଷଙ୍କ ପାଖରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ବନ୍ଦର କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଏହାର ପ୍ରତିବାଦରେ କଇଥଖୋଲା ପଞ୍ଚାୟତବାସୀ ୩ ନମ୍ବର ଗେଟ ଏବଂ ଦୋସିଙ୍ଗା ପଞ୍ଚାୟତବାସୀ ଧାମରା ବନ୍ଦର୧ନମ୍ବର ଗେଟ ଆଗରେ ଧାରଣା ଜାରି ରଖିଛନ୍ତି। ଖବରର ସୂଚନା ମିଳିବା ପର୍ଯ୍ୟନ୍ତ୧ନମ୍ବର ଗେଟ ଆଗରୁ ଧାରଣା ପ୍ରତ୍ୟାହୃତ ହୋଇଥିବା ବେଳେ ୩ ନମ୍ବର ଗେଟ ଆଗରେ ଧାରଣା ଅବ୍ୟାହତ ହୋଇ ରହିଛି। ସକାଳ ୮ଟାରୁ ଏହି ଧାରଣା ଆରମ୍ଭ ହୋଇଥିବା ବେଳେ ପାଣି ନିଷ୍କାସନ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଅବ୍ୟାହତ ହୋଇ ରହିବ ବୋଲି କଇଥଖୋଲାବାସୀ ସୂଚନା ଦେଇଛନ୍ତି।

ଗୁରୁ-ଶନି ହେଲେ ଏକାଠି : ଦୀପାବଳି ପର୍ଯ୍ୟନ୍ତ ଏହି ରାଶିଙ୍କୁ ଖାଲି ମିଳିବ ଧନ..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।