୯୦.୪୦ ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗିଲେ ୱେବର

Aug 18, 2026 - 15:05

ବର୍ମିଂହାମ୍‌ : ଚଳିତବର୍ଷ ବିଶ୍ବର ୨ୟ ଜାଭେଲିନ୍‌ ଫିଙ୍ଗାଳି ଭାବେ ୯୦ ମିଟରରୁ ଅଧିକ ଦୂରତା ହାସଲ କରିଛନ୍ତି ଜର୍ମାନୀର ଜୁଲିଆନ୍ ୱେବର। ଏଠାରେ ଚାଲିଥିବା ୟୁରୋପୀୟ ଦୌଡ଼କୁଦ ଚମ୍ପିଆନ୍‌ସିପରେ ୱେବର୍‌ ୯୦.୪୦ ମିଟର ଦୂରତା ହାସଲକରି ସ୍ବର୍ଣ୍ଣପଦକ ଜିତିଛନ୍ତି। ଶନିବାର ଏହି ପ୍ରତିଯୋଗିତାରେ ୱେବର ତାଙ୍କ ଅନ୍ତିମ ପ୍ରୟାସରେ ୯୦.୪୦ ମିଟର ଦୂରତା ହାସଲକରି ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ୟୁରୋପୀୟ ଚମ୍ପିଆନ୍‌ସିପ୍‌ରେ ଏହା ଏକ କୀର୍ତ୍ତିମାନ। ୱେବରଙ୍କ ପୂର୍ବରୁ ଚଳିତବର୍ଷ ଶ୍ରୀଲଙ୍କାର ରୁମେଶ ପାଥିରାଗେ ରୋମ୍ ଡାଏମଣ୍ଡ ଲିଗ୍‌ରେ ୯୨.୬୭ ମିଟର ଦୂରତା ହାସଲକରି ସ୍ବର୍ଣ୍ଣପଦକ ଜିତି ପାରିଥିଲେ। ଜୁଲିଆନ୍ ୱେବରଙ୍କର ଏହା ୨ୟ ୟୁରୋପୀୟ ଚମ୍ପିଆନ୍‌ସିପ୍‌ ସ୍ବର୍ଣ୍ଣପଦକ। ୩୧ ବର୍ଷ ବୟସ୍କ ୱେବର ତାଙ୍କ ପ୍ରଥମ ପ୍ରୟାସରେ ୮୩.୭୧ ମିଟର ଦୂରତା ହାସଲକରି ଆଗୁଆ ରହିଥିଲେ। ପରେ ସମସ୍ତ ପ୍ରୟାସରେ ସେ ଦୂରତାରେ ଉନ୍ନତି କରି ଚାଲିଥିଲେ। ପୂର୍ବରୁ ଦୁଇ ଥର ୱେବର ୯୦ ମିଟର ଦୂରତା ଅତିକ୍ରମ କରିଛନ୍ତି। ୨୦୨୫ ଦୋହା ଡାଏମଣ୍ଡ ଲିଗ୍‌ରେ ୱେବର ୯୧.୦୬ ମିଟର ଏବଂ ପରେ ଜ୍ୟୁରିକ୍‌ ଡାଏମଣ୍ଡ ଲିଗ୍‌ରେ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ କରି ୯୧.୫୧ ମିଟର ଦୂରତା ହାସଲ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।