ଜାଲିଆତି ଜାତି ପ୍ରମାଣପତ୍ର ଦେଇ ଚାକିରି: ୨୦ ବର୍ଷରୁ ଅଧିକ ସେବା ପରେ ଶିକ୍ଷକ ବହିଷ୍କୃତ

Jun 24, 2026 - 06:28
ଜାଲିଆତି ଜାତି ପ୍ରମାଣପତ୍ର ଦେଇ ଚାକିରି: ୨୦ ବର୍ଷରୁ ଅଧିକ ସେବା ପରେ ଶିକ୍ଷକ ବହିଷ୍କୃତ

"ଏରସମା:  ଏରସମା ବ୍ଲକ ଅଧୀନ ଗୋଡ଼ା ପଞ୍ଚାୟତ ସ୍ଥିତ ବ୍ରୁନ୍ଦାବନ ବିହାରୀ ହାଇସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷକ ଜାଲିଆତି ଜାତି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଅଭିଯୋଗ ପ୍ରମାଣିତ ହେବା ପରେ ଜିଲ୍ଲା ପ୍ରଶାସନ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି।

ଉକ୍ତ ଶିକ୍ଷକ ସୁଶାନ୍ତ ମଣ୍ଡଳଙ୍କୁ ଜିଲ୍ଲାପାଳ ବହିଷ୍କାର କରିଥିବା ସୂଚନା ମିଳିଛି।Advertisment ସୂଚନା ଅନୁସାରେ, ସୁଶାନ୍ତ ମଣ୍ଡଳ ପ୍ରାୟ ୨୦ ବର୍ଷରୁ ଅଧିକ ସମୟ ଧରି ଜାଲିଆତି ଜାତି ପ୍ରମାଣପତ୍ର ଆଧାରରେ ଚାକିରି କରୁଥିବା ନେଇ ଅଭିଯୋଗ ହୋଇଥିଲା।

ସେହି ଅଞ୍ଚଳର ଜଣେ ସଚେତନ ବ୍ୟକ୍ତି ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଆଇନର ଆଶ୍ରୟ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

ମାମଲାର ଶୁଣାଣି ସମୟରେ କୋର୍ଟ ଘଟଣାର ସତ୍ୟତା ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିସ୍ତୃତ ତଦନ୍ତ କରାଯାଇଥିଲା।

ତଦନ୍ତରେ ଦାଖଲ କରାଯାଇଥିବା ଜାତି ପ୍ରମାଣପତ୍ରରେ ଅନିୟମିତତା ଓ ଜାଲିଆତି ଥିବା ସ୍ପଷ୍ଟ ହେବା ପରେ ଜିଲ୍ଲାପାଳ ସୁଶାନ୍ତ ମଣ୍ଡଳଙ୍କୁ ଚାକିରିରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ସରକାରୀ ଚାକିରିରେ ଜାଲିଆତି ପ୍ରମାଣପତ୍ର ବ୍ୟବହାର କରୁଥିବା ଅନ୍ୟମାନଙ୍କ ବିରୋଧରେ ମଧ୍ୟ ସମାନ ଧରଣର ତଦନ୍ତ କରିବାକୁ ସାଧାରଣରେ ଦାବି ଉଠିଛି।

ଦୀର୍ଘ ବର୍ଷ ଧରି ଜାଲିଆତି ଆଧାରରେ ଚାକିରି କରିଥିବା ଅଭିଯୋଗ ପ୍ରମାଣିତ ହେବା ପରେ ପ୍ରଶାସନର ଏହି ପଦକ୍ଷେପକୁ ସାଧାରଣ ଲୋକ ସ୍ୱାଗତ କରିଛନ୍ତି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।