BCCI Review Meeting: ବିଦେଶ ମାଟିରେ ଭାରତର ପରାଜୟ ନେଇ ସମୀକ୍ଷା କରିବ ବିସିସିଆଇ
"ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ ବିଦେଶରେ କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରୁଛି।
ଏନେଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଲୋଚନା କରିବାକୁ ଚିନ୍ତା କରୁଛି।
ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ବରିଷ୍ଠ ଚୟନ କମିଟିର ସଭାପତି ଅଜିତ ଆଗରକର ଏବଂ ସେଣ୍ଟର ଅଫ୍ ଆକ୍ସିଲେନ୍ସି (EoE)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କୁ ଗୁରୁବାର ମୁମ୍ବାଇସ୍ଥିତ ନିଜର ମୁଖ୍ୟାଳୟକୁ ଡାକିଛି।
Advertisment ଏହି ବୈଠକରେ ନିକଟରେ ଭାରତ ପରାଜିତ ହୋଇଥିବା ମ୍ୟାଚ୍ ଉପରେ ଆଲୋଚନା ହେବ।
ଏଥି ସହିତ ଭାରତୀୟ କ୍ରିକେଟ୍ର ଭବିଷ୍ୟତ ଏବଂ ଯୋଜନା ଉପରେ ଚର୍ଚ୍ଚା ହେବ।
ଆର୍ୟଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତରେ ଭାରତୀୟ ଟିମ୍ର ପ୍ରଦର୍ଶନ, ଖେଳାଳିଙ୍କ ଫିଟ୍ନେସ୍, ଆଘାତ ପରିଚାଳନା ଏବଂ ଆଇପିଏଲ୍ର ଚାପ ଭଳି ପ୍ରସଂଗରେ ଆଲୋଚନା ହେବାର ଆଶଙ୍କା କରାଯାଉଛି।
ବିଦେଶରେ ପ୍ରଦର୍ଶନର ସମୀକ୍ଷାବିସିସିଆଇର ସଚିବ ଦେବଜୀତ ସୌକିଆ ପୂର୍ବରୁ କହିସାରିଛନ୍ତି ଯେ, ଏହି ପରାଜୟ ପରେ ବୋର୍ଡ ଭାରତର ବିଦେଶରେ ପ୍ରଦର୍ଶନର ସମୀକ୍ଷା କରିବ।
ମାତ୍ର କିଛି କାରଣ ଯୋଗୁଁ ଏହି ବୈଠକ ବିଳମ୍ବରେ ଆୟୋଜନ ହେଉଛି।
ଏବେ ବୋର୍ଡ ଏହାକୁ ଗମ୍ଭୀରତାର ସହିତ ଚର୍ଚ୍ଚା କରିବାକୁ ଏବଂ ଚୟନ ସଂପର୍କିତ ଆଲୋଚନା ପାଇଁ ଗୁରୁତ୍ବପୂର୍ଣ୍ଣ ଲୋକଙ୍କୁ ଗୋଟିଏ ସମୟରେ ଡାକିଛି।
ବିଦେଶ ଗସ୍ତର ଫଳାଫଳ ନୈରାଶ୍ୟଜନକଭାରତ ପାଇଁ ନିକଟରେ ବିଦେଶ ଗସ୍ତର ଫଳାଫଳ ନୈରାଶ୍ୟଜନକ ଥିଲା।
ଜୁନ ମାସରେ ଆର୍ୟରଲାଣ୍ଡ ବିପକ୍ଷରେ ୨ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ଭାରତକୁ ୨-୦ରେ ପରାସ୍ତ ହେବାକୁ ପଡ଼ିଥିଲା।
ଏହ ପରାଜୟ କାରଣରୁ ଟି୨୦ ବିଶ୍ବକପ୍ ଚାମ୍ପିଅନସିପିର ପାଖାପାଖି ୩ ବର୍ଷ ହେଲା ଚାଲି ଆସିଥିବା ଲଗାତାର ୧୬ ଶୃଙ୍ଖଳାରେ ବିନା ପରାଜୟର ପରଂପରାରେ ବ୍ରେକ୍ ଲାଗିଥିଲା।
ଏହା ପରେ ଇଂଲଣ୍ଡ ଗସ୍ତ ଆହୁରି ଖରାପ ହୋଇଥିଲା।
Raina's son Rio: କ୍ରିକେଟ୍ ଯାତ୍ରା ଆରମ୍ଭ କଲେ ରାଇନାଙ୍କ ପୁଅ ରିଓ: ଯେମିତି ବାପ, ସେମିତି ପୁଅ ଇଂଲଣ୍ଡରେ ଭାରତର ଖରାପ ପ୍ରଦର୍ଶନଭାରତ ୫ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ଶୃଙ୍ଖଳାକୁ ୪-୦ରେ ପରାଜିତ ହୋଇଥିଲା।
ଏହି ଶୃଙ୍ଖଳାରେ ନର୍ଟିଂହାମରେ ମିଳିଥିବା ୧୨୫ ରନ୍ର ପରାଜୟ ଟିମ୍ର ପ୍ରଦର୍ଶନ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଥିଲା।
ଦିନିକିଆ ଶୃଙ୍ଖଳାରେ ଭାରତୀୟ ଟିମ୍ ନିଜର ସମ୍ମାନ ବଞ୍ଚାଇଥିଲା।
ବର୍ମିଂହାମ୍ରେ ଭାରତ ପ୍ରଥମ ଦିନିକିଆ ଜିତିଥିଲା।
କିନ୍ତୁ ଏହି ଶୃଙ୍ଖଳାର ପରବର୍ତ୍ତୀ ୨ଟି ମ୍ୟାଚ୍ରେ ଘରୋଇ ଦଳ ବିଜୟୀ ହୋଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।