ଜିଲା ଯୋଜନା ବୋର୍ଡ ସଦସ୍ୟ ହେଲେ ମହେନ୍ଦ୍ର ରଣା: ଛୁଟୁଛି ଶୁଭେଚ୍ଛାର ସୁଅ
କର୍ଲାମୁଣ୍ଡା:୮/୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣାଙ୍କୁ ଜିଲା ଯୋଜନା ବୋର୍ଡର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହି ଦାୟିତ୍ୱ ମିଳିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ଜିଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରସ୍ତୁତି ଓ ଯୋଜନାର ସଫଳ ରୂପାୟଣରେ ଜିଲା ଯୋଜନା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମହେନ୍ଦ୍ରଙ୍କ ଅଭିଜ୍ଞତା ଓ ଅଞ୍ଚଳର ବିକାଶ ପ୍ରତି ତାଙ୍କର ଆଗ୍ରହ ଏହି ଦାୟିତ୍ୱରେ ଉପଯୋଗୀ ହେବ ବୋଲି ସ୍ଥାନୀୟ ଜନ ସାଧାରଣ ଆଶା ପ୍ରକଟ କରିଛନ୍ତି। ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।