ଝିଟିପିଟି ଶୁଣିପାରେ ଭାଇବ୍ରେସନ୍‌

Sep 20, 2026 - 10:54
ଝିଟିପିଟି ଶୁଣିପାରେ ଭାଇବ୍ରେସନ୍‌

 

ବିଭିନ୍ନ ସମୟରେ ଆମ ଆଖପାଖରେ ଥିବା ଜୀବଜନ୍ତୁଙ୍କୁ ନେଇ କିଛି ନୂଆନୂଆ ତଥ୍ୟ ସାମନାକୁ ଆସିଥାଏ । ସେହିଭଳି କିଛି ତଥ୍ୟ ଝିଟିପିଟିର ଏକ ପ୍ରଜାତିକୁ ନେଇ ଆସିଛି । ଏହି ପ୍ରଜାତିର ଜୀବ ଗିକସ୍‌ମାନଙ୍କର ଏକ ସ୍ୱତନ୍ତ୍ର ଧରଣର ଶୁଣିବା ଶକ୍ତି ରହିଛି । ଯାହାଫଳରେ ସେମାନେ ବିଭିନ୍ନ ଭାଇବ୍ରେସନ୍‌କୁ ଶୁଣିବା ସହିତ ଅନୁଭବ କରିପାରିବେ । ଏହି ତଥ୍ୟ ଜୀବଜନ୍ତୁଙ୍କର ଶୁଣିବା ଶକ୍ତି ଉପରେ ବୈଜ୍ଞାନିକଙ୍କୁ ଅଧିକ ତଥ୍ୟ ଯୋଗାଇବ । ମାରଲାଣ୍ଡ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏନେଇ ଗବେଷଣା କରିବା ସହିତ ଏହି ନୂଆ ତଥ୍ୟ ହାସଲ କରିଛନ୍ତି । ଏହି ପ୍ରଜାତିର ଜୀବମାନେ ତାଙ୍କ କାନରେ ଥିବା ବିଭିନ୍ନ ପରସ୍ତକୁ ବ୍ୟବହାର କରି ଭାଇବ୍ରେସନ୍‌କୁ ମେଣ୍ଟେନ୍‌ କରନ୍ତି । ଏହାକୁ ବୈଜ୍ଞାନିକମାନେ ସିକ୍ସଥ୍‌ ସେନ୍ସ ବୋଲି ନାଁ ଦେଇଛନ୍ତି । ଯାହାକୁ ବ୍ୟବହାର କରି ସେମାନେ ନିଜର ସାଧାରଣ ଶୁଣିବା ଶକ୍ତିକୁ ବଢାଇଥାଆନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।