ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…
ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି ।
ମୃତ ଚନ୍ଦନ ନିକିରେଇସ୍ଥିତ ବୀରହନୁମାନ ଜୀଉ କଲେଜରେ +୨ ଶ୍ରେଣୀର ଛାତ୍ର ଥିଲେ। ସୋମବାର ରାତିରେ ପରିବାର ସହ ଚନ୍ଦନ ଖାଇ ଶୋଇବାକୁ ଯାଇଥିଲେ। ମଙ୍ଗଳବାର ସକାଳେ ଚନ୍ଦନଙ୍କ ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଡାକିବାକୁ ଯାଇଥିଲେ। ହେଲେ ଚନ୍ଦନ ଶୋଇବା ଘରେ ବେକରେ ରଶି ଲଗାଇ ଓହଲି ପଡିଥିବା ଦେଖିବାକୁ ପାଇଥିଲେ।
ଏନେଇ ଚନ୍ଦନଙ୍କ ବାପା ବୀରକିଶୋର ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅନ୍ୟପକ୍ଷେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।