ଟି୨୦ କ୍ରିକେଟରେ ରେକର୍ଡ କଲେ ମନ୍ଧାନା

Sep 20, 2026 - 22:59
ଟି୨୦ କ୍ରିକେଟରେ ରେକର୍ଡ କଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭ ରନର ଇନିଂସ ଖେଳିବା ଅବସରରେ ମନ୍ଧାନା ଅର୍ନ୍ତଜାତୀୟ ମହିଳା ଟି୨୦ କ୍ରିକେଟରେ ସର୍ବାଧିକ ରନ କରିବାରେ ରେକର୍ଡ କରିଛନ୍ତି।

ଏହି ରେକର୍ଡ ପୂର୍ବରୁ ନ୍ୟୁଜିଲାଣ୍ଡର ମହାନ ସୁଜି ବେଟ୍ସଙ୍କ ନାମରେ ଥିଲା। ବେଟ୍ସ ଅବସର ନେବା ପୂର୍ବରୁ ୪,୭୫୮ ରନ୍‌ କରିଥିଲେ। ୩୦ ବର୍ଷୀୟା ମନ୍ଧାନାଙ୍କ ନାମରେ ଏବେ ସର୍ବାଧିକ ୪,୭୮୮ ରନ ରହିଛି। ଅନ୍ତର୍ଜାତୀୟ ମହିଳା ଟି୨୦ରେ ସର୍ବାଧିକ ରନ କରିଥିବା ବ୍ୟାଟରଙ୍କ ତାଳିକାରେ ଭାରତର ଅଧିନାୟିକା ହରମନପ୍ରୀତ କୌର(୪,୨୮୭) ଓ ଶ୍ରୀଲଙ୍କାର ଅଧିନାୟିକା ଚାମାରି ଆଥାପାଥଥୁ (୪,୨୮୨) ରହିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।