ଟ୍ରକରେ ବିବାହ ମଣ୍ଡପ

Oct 16, 2026 - 16:18
ଟ୍ରକରେ ବିବାହ ମଣ୍ଡପ

 

ହରିୟାଣାର ଗୁରୁଗ୍ରାମରେ ଏକ ନିଆରା ତଥା ଚର୍ଚ୍ଚିତ ବିବାହ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ବର ଓ କନ୍ୟା ପାରମ୍ପରିକ ବିବାହ ମଣ୍ଡପ ବଦଳରେ ଏକ ଚଳନ୍ତା ଟ୍ରକ୍ ଭିତରେ ବିବାହ କରିଛନ୍ତି । ପୁଜାରୀ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଟ୍ରକ୍ ଭିତରେ ଏକ ସୁନ୍ଦର ମଣ୍ଡପ ସଜାଯାଇ ବୈଦ୍ଧିକ ରୀତିନୀତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା । ଗୋଟିଏ ପଟ ସମ୍ପୂର୍ଣ୍ଣ ଖୋଲା ଥିବା ଏହି ଟ୍ରକ୍ ଗୁରୁଗ୍ରାମର ରାସ୍ତାରେ ଚାଲୁଥିବାର ନଜର ଆସିଥିଲା । ଟ୍ରକ୍ ଭିତର ଅଂଶକୁ ଗେଣ୍ଡୁ ଓ ଗୋଲାପ ଫୁଲ, ଗୋଲାପୀ ପରଦା ଏବଂ ସୁନା ରଙ୍ଗର ପ୍ୟାନେଲ ଦ୍ୱାରା ବିବାହ ମଞ୍ଚ ଭଳି ଆକର୍ଷକ ଭାବେ ସଜ୍ଜିତ କରାଯାଇଥିଲା । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ଟ୍ରକରେ 'ରେମଣ୍ଡ' ବ୍ରାଣ୍ଡର ନାମ ପ୍ରଦର୍ଶିତ ହୋଇଥିବାରୁ ଏହା କୌଣସି ପ୍ରଚାର ଅଭିଯାନର ଏକ ଅଂଶ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟୀକରଣ ମିଳିପାରି ନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।