ଡକାୟତି ମାମଲା: ଜାମିନ ଖାରଜ, ଜେଲ  ଗଲେ  …   

Nov 02, 2026 - 20:27
ଡକାୟତି ମାମଲା: ଜାମିନ ଖାରଜ, ଜେଲ  ଗଲେ  …   

ଦିଗପହଣ୍ଡି,୨|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ଚାଞ୍ଚଡାପଲ୍ଲୀ ଗ୍ରାମର କୃଷ୍ଣ ସ୍ବାଇଁ ଓରଫ କଟିକିଆ  ଙ୍କୁ ସୋମବାର ଦିଗପହଣ୍ଡି ପୋଲିସ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ କୃଷ୍ଣ ଦିଗପହଣ୍ଡି କୋର୍ଟ ରେ ହାଜର ହେଉନଥିବା କାରଣରୁ ମାଜିଷ୍ଟ୍ରେଟ କେସ ନଂ.ଜି.ଆର ୫୦୩/୨୨(ବି) ଆଇପିସି ର ଦଫା – ୩୯୯/୪୦୨/୨୭ ଆର୍ମ୍ମସ୍ ଆକ୍ଟ୍, ବିସ୍ଫୋରକ ନିୟନ୍ତ୍ରଣ ଆଇନର ଧାରା – ୪ଓ୫ ଡକାୟତି ମାମଲା  ଅନୁଯାୟୀ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ।କୋର୍ଟ ଙ୍କ ଆଦେଶ ପ୍ରକାରେ ଦିଗପହଣ୍ଡି ପୋଲିସ କୃଷ୍ଣ ଙ୍କୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।