ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…
ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଡଙ୍ଗାକୁ ଚଢୁଥିବା ବେଳେ ଜଣେ ବୃଦ୍ଧଙ୍କୁ ଟାଣିନେଇଛି କୁମ୍ଭୀର। ସ୍ଥାନୀୟ ଲୋକେ ରାଜକନିକା ଅଗ୍ନିଶମ ବାହିନୀ ଉଦ୍ଧାରକାରୀ ଟିମ ନଦୀ ଗର୍ଭକୁ ଯାଇ ଖୋଜାଖୋଜି ଜାରିରଖିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ବୃଦ୍ଧଙ୍କର କୌଣସି ପତ୍ତା ଏ ପର୍ଯ୍ୟନ୍ତ ମିଳିନାହିଁ । କନିକା ତହସିଲଦାର ଭାନୁମତୀ ମାଝୀ ଘଟଣାସ୍ଥଳରେ ରହି ଏହି ଡ୍ରାଇଭର ମଙ୍ଗ ଧରିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଗାଁର ପରେଶ୍ୱର ବେହେରା (ହଡ଼ାଭାଇ) ନାମକ ଜଣେ ବୟସ୍କ ବ୍ୟକ୍ତି ମଙ୍ଗଳବାର ସକାଳେ ନିଜ ଘରର ରାସନ ସାମଗ୍ରୀ ବା କୌଣସି କାର୍ଯ୍ୟନେଇ ନଦୀ ଆରପାଖ ଅର୍ଥାତ୍ ଆୟତନ ବଜାରକୁ ଯିବାକୁ ବାହାରି ନଦୀ ପାରି ହେବା ପାଇଁ ଗାଁର ସ୍କୁଲ ନିକଟ ଘାଟଡଙ୍ଗାରେ ଚଢିବାକୁ ଅଳ୍ପକିଛି ପାଣିରେ ପଶିଥିଲେ। ଯେମିତି ଖାଦ୍ୟକୁ ଅପେକ୍ଷା କରି ପୂର୍ବରୁ ଛକି ରହିଥିବା ଏକ କୁମ୍ଭୀର ହଠାତ୍ ପରେଶରଙ୍କୁ ଝାମ୍ପମାରି ଆଖି ପିଛୁଳାରେ ନଦୀଗର୍ଭରେ ଲୀନ ହୋଇଯାଇଥିବା ସେଠାରେ ନଦୀ ପାରିହେବାକୁ ଉପସ୍ଥିତ ଥିବା ପ୍ର୍ୟତେକ୍ଷଦର୍ଶୀ କହିଛନ୍ତି ।
ଯଦିଓ ଦୁଇ ଦୁଇଥର ବନ୍ୟାରେ ଏମିତି ଅଘଟଣ ହୋଇ ନ ଥିଲା। ହେଲେ ଏହି ଗାଁର ଲୋକମାନେ ସବୁଦିନ କୁମ୍ଭୀରକୁ ଡରିଡରି ବଞ୍ଚୁଥିବା କଥା କହିଛନ୍ତି। ସ୍କୁଲ କଲେଜ ପାଠପଠିବା ପାଇଁ ପିଲାମାନେ, ଗର୍ଭବତୀ ମହିଳାମାନେ, ବୟସ୍କା ବୟସ୍କଙ୍କ ଦେହ ଖରାପ ହେଲେ, ବଜାରହାଟ ସଉଦା ଆଣିବା ପାଇଁ ଏହି ଡଙ୍ଗା ହିଁ ଏକମାତ୍ର ଭରସା ବୋଲି କହିଥିଲେ। ଏହି ଖରସ୍ରୋତା ନଦୀ ଉପରେ ସେତୁ ନିର୍ମାଣ କରିବାକୁ ଆଜିକୁ ୪୦ ବର୍ଷ ହେବ ଦାବି କରି ଆସୁଥିଲେ ବି, ଏହି ଗାଁର ଧନଜୀବନ ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।