ଡଙ୍ଗା ବୁଡ଼ି ଦୁଇ ନିଖୋଜ

Oct 22, 2026 - 11:46
ଡଙ୍ଗା ବୁଡ଼ି ଦୁଇ ନିଖୋଜ

ଯାଜପୁର: ମଝି ନଈରେ ଡଙ୍ଗା ବୁଡ଼ି ଯିବାରୁ ୨ ଜଣ ନିଖୋଜ। ଏହି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଡଅଁରକୁଳ ଗାଁ ତନ୍ତୀଘାଇ ନଦୀରେ । ଖରସ୍ରୋତାର ଏହି ଶାଖା ନଦୀରେ ଏହି ଅଘଟଣ ଘଟିଛି। ଜଣେ ବ୍ୟକ୍ତି ଡଙ୍ଗାରେ ଦୁଇ ସଂପର୍କୀୟ ମହିଳା ଓ ଜଣେ ଶିଶୁଙ୍କୁ ନେଇ ନଦୀ ପାର ହେବା ବେଳେ ମଝି ନଈରେ ଡଙ୍ଗାଟି ବୁଡ଼ି ଯାଇଥିଲା। ସ୍ଥାନୀୟ ଲୋକେ ଦୁଇ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ଶିଶୁ ପୁତ୍ର ସହିତ ଆଉ ଜଣେ ପୁରୁଷ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ସେମାନଙ୍କୁ ଖୋଜାଖୋଜି କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।