Vigilance Raids PEO’s Properties: PEOଙ୍କ ଘରେ ଭିଜିଲାନ୍ସ ରେଡ୍, ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ

Sep 22, 2026 - 12:21
Vigilance Raids PEO’s Properties: PEOଙ୍କ ଘରେ ଭିଜିଲାନ୍ସ ରେଡ୍, ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା କଟାଭାଲ ପଞ୍ଚାୟତର ନିର୍ବାହୀ ଅଧିକାରୀ (PEO) କାର୍ତ୍ତିକେଶ୍ୱର ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ତ୍ତିକେଶ୍ୱରଙ୍କ ସମ୍ପତ୍ତି ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।

ଭିଜିଲାନ୍ସ ଟିମ୍ ଏକକାଳୀନ ଭାବେ ୬ଟି ସ୍ଥାନରେ ଚଢ଼ାଉ କରୁଛି। ଗାଏସିଲଟ୍ ଅଞ୍ଚଳରେ ଥିବା କାର୍ତ୍ତିକେଶ୍ୱରଙ୍କ ଦୁଇ ମହଲା ଘର ସହ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ଠାବ ହୋଇଛି। ଏହାସହ ଗୋଟିଏ ଗୋଦାମ ଘର ଏବଂ ନିର୍ମାଣାଧୀନ ୪ ମହଲା କୋଠା ମଧ୍ୟ ଭିଜିଲାନ୍ସ ଟିମ୍ ନଜରକୁ ଆସିଛି।

କାର୍ତ୍ତିକେଶ୍ୱରଙ୍କ ପୈତୃକ ଘର କନ୍ଦାଗାଡ଼ରେ ମଧ୍ୟ ଚଢ଼ାଉ ଚାଲିଛି। ଏଥିସହ ତାଙ୍କ ଅଫିସ୍ ଚାମ୍ବରରେ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ କରୁଛନ୍ତି।

ଚଢ଼ାଉ ସମୟରେ ଠାବ ହୋଇଥିବା ସମ୍ପତ୍ତି ଓ ଅନ୍ୟାନ୍ୟ କାଗଜପତ୍ରର ଯାଞ୍ଚ ଚାଲିଛି। ତେବେ ମୋଟ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି, ତାହା ଭିଜିଲାନ୍ସର ସମ୍ପୂର୍ଣ୍ଣ ଯାଞ୍ଚ ପରେ ସ୍ପଷ୍ଟ ହେବ।

ଭିଜିଲାନ୍ସ ଜାଲରେ ଗାଏସିଲଟ କଟାଭାଲ ପଞ୍ଚାୟତ ନିର୍ବାହୀ ଅଧିକାରୀ
PEO କାର୍ତ୍ତିକେଶ୍ବର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ରେଡ
ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ଗାଏସିଲଟରେ ୨ ମହଲା ଘର, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ଠାବ
ଗୋଟିଏ ଗୋଦାମ ଘର, ନିର୍ମାଣାଧୀନ ୪ ମହଲା କୋଠା ମଧ୍ୟ ଠାବ
ପୈତୃକ ଘର କନ୍ଦାଗାଡ଼ ସହ ଅଫିସ୍ ଚାମ୍ବରରେ ବି ଭିଜିଲାନ୍ସ ରେଡ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।