ତାରାତାରିଣୀ କଲେଜ ନିର୍ବାଚନ ଫଳାଫଳ: ସଭାପତି ଜିତେନ୍ଦ୍ର, ସମ୍ପାଦକ କୂଳମଣି

Oct 15, 2026 - 20:28
ତାରାତାରିଣୀ କଲେଜ ନିର୍ବାଚନ ଫଳାଫଳ: ସଭାପତି ଜିତେନ୍ଦ୍ର, ସମ୍ପାଦକ କୂଳମଣି

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତାମପୁର ତାରାତାରିଣୀ କଲେଜରେ ଗୁରବାର ଶାନ୍ତିଶୃଙ୍ଖଲାର ସହ ନିର୍ବାଚନ ଶେଷ ହୋଇଛି। ଏଥିରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା, ଉପସଭାପତି ଶୁଭଙ୍କର ସାହୁ ସମ୍ପାଦକ କୁଳମଣି ବେହେରା, ସହସମ୍ପାଦକ ଦେବାଶିଷ ସାହୁ (ନିର୍ଦ୍ୱନ୍ଦ୍ୱ)। କ୍ରୀଡ଼ା ସଂସଦ ସମ୍ପାଦକ ଶୁଭମ କୁମାର ମୁନି, ନାଟ୍ୟସଂସଦ ସମ୍ପାଦକ ବର୍ଷାରାଣୀ ବେହେରା ଓଡ଼ିଆ ସାହିତ୍ୟ ସମାଜ ସମ୍ପାଦକ ପଦବୀରେ ଧନନ୍ତରୀ ଗୌଡ଼ ଏବଂ ବିଜ୍ଞାନବିଭାଗ ସମ୍ପାଦକ ସତ୍ୟଜିତ ପାତ୍ର (ନିର୍ଦ୍ୱନ୍ଦ୍ୱ) ଛାତ୍ର ପ୍ରକୋଷ୍ଠ ପ୍ରତିନିଧି ବି. ମୃତ୍ୟୁଞ୍ଜୟ ପାତ୍ର ଏବଂ ଛାତ୍ରୀ ପ୍ରକୋଷ୍ଠ ପ୍ରତିନିଧି ଭାବେ ବର୍ଷାରାଣୀ ଗୌଡ଼ ନିର୍ବାଚିତ ହୋଇଛନ୍ତି।
କଲେଜ ଅଧ୍ୟକ୍ଷ ଅରବିନ୍ଦ ଦାଶଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକ ଡ. ପ୍ରବୀର କେଶରୀ ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ ରହିଥିବାବେଳେ ଅଧ୍ୟାପକ ଡ. ରମେଶଚନ୍ଦ୍ର ସେନାପତି ଓ ଡ. ପ୍ରଦୀପ କୁମାର ସାହୁ ଉପଦେଷ୍ଟା ଭାବେ ରହି ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ବିନୋଦ କୁମାର ବେହେରା ଓ ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

 

Dharitri – Odisha’s No.1 Odia Daily

 

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।