ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

Aug 15, 2026 - 09:45
ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଓଡ଼ିଶାର ଜନ ଆନ୍ଦୋଳନ ବିନା ସ୍ବାଧୀନତା ପରିକଳ୍ପନା ଅସମ୍ପୂର୍ଣ୍ଣ। ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ସ୍ମରଣୀୟ ହୋଇ ରହିଛି। ୮୦ ବର୍ଷରେ ଭାରତ ବିକାଶ ଯାତ୍ରାରେ ଆଗେଇ ଚାଲିଛି। ଗତ ୧ ବର୍ଷ ଦେଶ ପାଇଁ ଥିଲା ଅତ୍ୟନ୍ତ ଘଟଣା ବହୁଳ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଠିକ ନିଷ୍ପତ୍ତି ପାଇଁ ଦେଶ ଠିକ ମାର୍ଗରେ ଚାଲିଛି। ୧୨ ବର୍ଷରେ ମୋଦିଙ୍କ ଦୂରଦର୍ଶୀ ନୀତି ଦେଶକୁ ବିକାଶ ପଥରେ ନେଇଛି। ଗରିବଙ୍କୁ ବେସରକାରୀ ହସ୍ପିଟାଲରେ ଚିକିତ୍ସା ମିଳିପାରୁଛି। ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ। ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା। ସବୁଠୁ ଉଲ୍ଲେଖନୀୟ ସଫଳତା ନକ୍ସଲବାଦର ମୂଳପୋଛ। ନକ୍ସଲବାଦର ମୂଳପୋଛ ଯୋଗୁ ଓଡ଼ିଶାକୁ ଫାଇଦା ମିଳିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।