ତ୍ରିଷ୍ଣାଙ୍କୁ କଙ୍ଗନାଙ୍କ ସମର୍ଥନ

Sep 11, 2026 - 15:43
ତ୍ରିଷ୍ଣାଙ୍କୁ କଙ୍ଗନାଙ୍କ ସମର୍ଥନ

 

କଙ୍ଗନା ରାଣାୱତ ବର୍ତ୍ତମାନ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ତ୍ରିଷ୍ଣାଙ୍କୁ ନେଇ କଙ୍ଗନା ଦେଇଥିବା ବୟାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ସବୁବେଳେ ଗୋଟିଏ ସମ୍ପର୍କ ଦୁଇଜଣଙ୍କ ଭିତରେ ରହିଥାଏ ଏବଂ ଏହାର ଦୁଇଟି ପକ୍ଷ ରହିଥାଏ । ହେଲେ ଏଭଳି ଅନେକ ଉଦାହରଣ ରହିଛି, ଯେଉଁଠି ଏଭଳି ମାମଲାରେ କେବଳ ମହିଳାଙ୍କର ଚରିତ୍ରକୁ ସଂହାର କରାଯାଇଥାଏ । ତେବେ ଏହି ବୟାନରେ ସେ ତ୍ରିଷ୍ଣାଙ୍କ ନାଁ ସିଧାସଳଖ ନେଇ ନାହାନ୍ତି, କିନ୍ତୁ ପରୋକ୍ଷରେ ସେ ତ୍ରିଷ୍ଣାଙ୍କୁ ଇଙ୍ଗିତ କରିଥିବା ଫ୍ୟାନମାନେ ଆଲୋଚନା କରୁଛନ୍ତି । ସେହିଭଳି ମହିଳାଙ୍କୁ ନେଇ ସବୁବେଳେ ଦିଆଯାଉଥିବା ମନ୍ତବ୍ୟ କେବେ ବନ୍ଦ ହେବ ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି । ଦେଶରେ ମହିଳାମାନେ ବର୍ତ୍ତମାନ ଖୁବ ଆଗକୁ ଗଲେଣି ତେଣୁ ଏଭଳି ମନ୍ତବ୍ୟର ବନ୍ଦ ହେବାର ଆବଶ୍ୟକତା ରହିଛି ବୋଲି କଙ୍ଗନା ମତ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।