ଅଧା ରାସ୍ତାରେ ଅଟକି ଗଲା ଆମ୍ବୁଲାନ୍ସ , ଚାଲିଗଲା ରୋଗୀଙ୍କ ଜୀବନ
ସୋର : ଅଧା ରାସ୍ତାରେ ଆମ୍ବୁଲାନ୍ସ ଖରାପ ହେବାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ଆମ୍ବୁଲାନ୍ସକୁ ଅଟକ ରଖିଲେ ସଂମ୍ପର୍କୀୟ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ଗ୍ରାମ ର ଭାଗବତ ସାହୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଖଇରା ମେଡିକାଲ ରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ୧୦୮ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲ ନିଆଯାଉଥିଲା । ଜଳଙ୍ଗ ଛକ ଠାରେ ହଠାତ ଆମ୍ବୁଲାନ୍ସ ଖରାପ ହୋଇ ଯାଇଥିଲା । ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଟି ଠିକ ନହେବାରୁ ଏନାନ ଅନ୍ୟ କୌଣସି ବିକଳ୍ପ ନମିଳିବାରୁ ଶେଷରେ ଗାଡି ଭିତରେ ଥିବା ଭାଗବତ ଆଖି ବୁଜିଥିଲେ । ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଘଟଣା ପରେ ରୋଗୀଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ସେମାନେ ଆମ୍ବୁଲାନ୍ସକୁ ଅଟକ ରଖି ଘଟଣାକୁ ନେଇ ପ୍ରତିବାଦ କରିଥିବା ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।