ଥରିଲା ଚାଇନା: ଭୟରେ ଲୋକେ ଦୌଡ଼ିଲେ

Aug 28, 2026 - 12:48
ଥରିଲା ଚାଇନା: ଭୟରେ ଲୋକେ ଦୌଡ଼ିଲେ

ବେଜିଂ,୨୮।୭: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କସ ସେଣ୍ଟର (CENC) ଅନୁଯାୟୀ, ଲଙ୍ଗଚାଙ୍ଗ ସହରରେ ୫.୧ ତୀବ୍ରତାର ଭୂକମ୍ପ ହୋଇଛି। ଏହି ଭୂକମ୍ପ ଯୋଗୁ ଭୟରେ ଲୋକେ ଘରୁ ବାହାରକୁ ଦୌଡ଼ି ଆସୁଥିବାର ଦେଖାଯାଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ସିଚୁଆନ ପ୍ରଦେଶର ଲଙ୍ଗଚାଙ୍ଗ ସହରରେ ଅବସ୍ଥିତ ଥିଲା।

ସିଚୁଆନ ପ୍ରଦେଶର ଭୂମିକମ୍ପର ଇତିହାସ ଅଛି। ତେଣୁ ବାସିନ୍ଦାମାନେ ଭୂକମ୍ପ କାର୍ଯ୍ୟକଳାପ ବିଷୟରେ ସର୍ବଦା ସତର୍କ ରୁହନ୍ତି। ୫.୧ ତୀବ୍ରତାର ଭୂମିକମ୍ପକୁ ମଧ୍ୟମ ଧରଣର ବୋଲି ବିବେଚନା କରାଯାଏ। ଏପରି ଭୂକମ୍ପ କୋଠାଗୁଡ଼ିକୁ ଥରାଇପାରେ ଏବଂ ଫାଟ ସୃଷ୍ଟି କରିପାରେ। କ୍ଷୟକ୍ଷତିର କୌଣସି ତୁରନ୍ତ ରିପୋର୍ଟ ମିଳିନାହିଁ।

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।