ଦମ୍‌ଦାର ବିଜୟ ସହ ଫ୍ରେଞ୍ଚ ଓପନ ଫାଇନାଲରେ ପହଞ୍ଚିଲେ ପି.ଭି. ସିନ୍ଧୁ

Oct 24, 2026 - 20:00
ଦମ୍‌ଦାର ବିଜୟ ସହ ଫ୍ରେଞ୍ଚ ଓପନ ଫାଇନାଲରେ ପହଞ୍ଚିଲେ ପି.ଭି. ସିନ୍ଧୁ

ପ୍ୟାରିସ୍‌,୨୪ା୧୦: ଜାପାନର ହୀନା ଆକେଚିଙ୍କ ବିପକ୍ଷରେ ରୋମାଞ୍ଚ ବିଜୟ ହାସଲ କରି ଦୁଇଥର ଅଲିମ୍ପିକ ପଦକ ବିଜେତା ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ଫ୍ରେଞ୍ଚ ଓପନ ବ୍ୟାଡ୍‌ମିଣ୍ଟନ ମହିଳା ସିଙ୍ଗଳ୍ସ ଫାଇନାଲରେ ପ୍ରବେଶ କରିଛନ୍ତି।

ବର୍ଷରେ ଏହା ହେଉଛି ତାଙ୍କର ଦ୍ୱିତୀୟ ସୁପର ୭୫୦ ଫାଇନାଲ। ଭାରତର ଏହି ୩୧ ବର୍ଷୀୟା ଷ୍ଟାର ଖେଳାଳି ଜୁଲାଇରେ ଜାପାନ ଓପନ ସୁପର ୭୫୦ ଟୁର୍ନାମେଣ୍ଟ ଜିତିଥିଲେ। ବିଶ୍ୱର ୨୨ନମ୍ବର ଖେଳାଳି ଆକେଚିଙ୍କ ବିପକ୍ଷରେ ସେ ୨୧-୧୦, ୨୦-୨୨, ୨୧-୧୬ରେ ବିଜୟ ହାସଲ କରିଛନ୍ତି।

ଏହି ମ୍ୟାଚ ୧ ଘଣ୍ଟା ୧୩ ମିନିଟ ଧରି ଚାଲିଥିଲା। ଜାପାନର ୨୧ ବର୍ଷୀୟା ଆକେଚି ଚଳିତ ସପ୍ତାହ ପ୍ରାରମ୍ଭରେ୍‌ ଓ୍ବାଙ୍ଗ ଝି ୟି ଓ ପୁତ୍ରୀ କୁସୁମା ଓ୍ବାର୍ଦ୍ଦାନୀଙ୍କୁ ହରାଇ ଦେଇଥିଲେ। ସିନ୍ଧୁ ଫାଇନାଲରେ କୋରିଆର ବିଶ୍ୱର ନମ୍ବର ଓ୍ବାନ ଆନ୍‌ ସି ୟଙ୍ଗ୍‌ଙ୍କୁ ଭେଟିବେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।