ଦଶହରାରେ ସୃଷ୍ଟି ହେବ ବିରଳ ରାଜଯୋଗ, ଏହି ରାଶିକୁ ମିଳିବ ବଡ଼ ସଫଳତା

Oct 20, 2026 - 09:08
ଦଶହରାରେ ସୃଷ୍ଟି ହେବ ବିରଳ ରାଜଯୋଗ, ଏହି ରାଶିକୁ ମିଳିବ ବଡ଼ ସଫଳତା

ଆଜି ପବିତ୍ର ଦଶହରା । ଜ୍ୟୋତିଷୀୟ ଗଣନା ଅନୁସାରେ, ବୃଷ ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସହଯୋଗ ମିଳିପାରେ । ମୀନ ରାଶିର ଲୋକଙ୍କ କ୍ୟାରିୟରରେ ବଡ଼ ସଫଳତାର ସମ୍ଭାବନା ରହିଛି । ମକର ରାଶିର ଆୟ ବୃଦ୍ଧି ହୋଇପାରେ, ତୁଳା ରାଶିର ସରକାରୀ କାମ ଆଗକୁ ବଢ଼ିପାରେ ଏବଂ କର୍କଟ ରାଶିର ବ୍ୟକ୍ତିଙ୍କୁ ପାର୍ଟନରସିପ୍‌ରୁ ଲାଭ ମିଳିପାରେ।

ଜ୍ୟୋତିଷୀୟ ବିବରଣୀ ଅନୁସାରେ, ଚନ୍ଦ୍ର ମକର ରାଶିରେ ଶ୍ରବଣ ନକ୍ଷତ୍ରରେ ରହିବେ ଏବଂ ସନ୍ଧ୍ୟା ପ୍ରାୟ ୬ଟାରେ ଧନିଷ୍ଠା ନକ୍ଷତ୍ରକୁ ପ୍ରବେଶ କରିବେ । ଚନ୍ଦ୍ର ଓ ବୃହସ୍ପତିଙ୍କ ସ୍ଥିତି ଯୋଗୁଁ ଗଜକେଶରୀ ଯୋଗର ପ୍ରଭାବ ରହିବା ନେଇ କୁହାଯାଇଛି। ଦିନସାରା ଶୂଳ ଯୋଗ ମଧ୍ୟ ରହିବ ବୋଲି ଜ୍ୟୋତିଷୀୟ ଆକଳନରେ ଉଲ୍ଲେଖ ରହିଛି।

ମେଷ- ଚାକିରି ପାଇଁ ନୂଆ ସୁଯୋଗ ମିଳିପାରେ । ଇମେଲ୍‌ ଓ ଫୋନ୍‌ କଲ୍‌ ଉପରେ ନଜର ରଖନ୍ତୁ । କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ, କିନ୍ତୁ ପ୍ରଶଂସା ମଧ୍ୟ ମିଳିପାରେ ।  ଜମି କିମ୍ବା ଗାଡ଼ି କିଣିବାକୁ ଯୋଜନା କରୁଥିଲେ ତରବରିଆ ଭାବେ ଅଗ୍ରିମ ଟଙ୍କା ଦିଅନ୍ତୁ ନାହିଁ ।

ବୃଷ- ଆଜି ଭାଗ୍ୟ ଆପଣଙ୍କ ସାଥ୍‌ ଦେଇପାରେ । ଯୋଜନାକୁ ବରିଷ୍ଠ ଅଧିକାରୀଙ୍କ ଅନୁମୋଦନ ମିଳିପାରେ । ଆୟର ନୂଆ ରାସ୍ତା ଖୋଲିପାରେ, କିନ୍ତୁ ଭଲ ଭାବେ ଯାଞ୍ଚ କରି ନିଷ୍ପତ୍ତି ନିଅନ୍ତୁ । ଭାଇଭଉଣୀଙ୍କ ସହଯୋଗରେ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ।

ମିଥୁନ- କୌଣସି ଲୁଚି ରହିଥିବା କଥା ସାମ୍ନାକୁ ଆସିପାରେ। ଭୟଭୀତ ନହୋଇ ଧୈର୍ଯ୍ୟର ସହ ପରିସ୍ଥିତିର ସାମ୍ନା କରନ୍ତୁ। ଜୀବନସାଥୀଙ୍କ ସହ ପୁରୁଣା କଥାକୁ ନେଇ ଯୁକ୍ତିତର୍କ କରନ୍ତୁ ନାହିଁ। ବଡ଼ ନିବେଶ ପୂର୍ବରୁ ନିଜ ସଞ୍ଚୟ ଉପରେ ନଜର ପକାନ୍ତୁ।

କର୍କଟ- ପାର୍ଟନରସିପ୍‌ରେ କରୁଥିବା କାମରୁ ଲାଭ ମିଳିପାରେ ଏବଂ ନୂଆ ଗ୍ରାହକ ଯୋଡ଼ି ହୋଇପାରନ୍ତି। ଶେୟାର ବଜାରରୁ ସାମାନ୍ୟ ଲାଭ ମିଳିବାର ସମ୍ଭାବନା ରହିଛି। କିନ୍ତୁ ସମସ୍ତ ଟଙ୍କା ଏକାଥରେ ନିବେଶ କରନ୍ତୁ ନାହିଁ।

ସିଂହ- ପୁରୁଣା ଅଭ୍ୟାସ ଛାଡ଼ି ନୂଆ କିଛି କରିବା ପାଇଁ ଦିନଟି ଭଲ ହୋଇପାରେ। ଇଣ୍ଟରଭ୍ୟୁ ଥିଲେ ଭଲ ଭାବେ ପ୍ରସ୍ତୁତ ହୋଇ ଯାଆନ୍ତୁ। ଯାଞ୍ଚ ନକରି ବିପଦପୂର୍ଣ୍ଣ କାରବାରରେ ଟଙ୍କା ଲଗାନ୍ତୁ ନାହିଁ। ଜୀବନସାଥୀଙ୍କ ଛୋଟ ଛୋଟ କଥାରେ ତୁରନ୍ତ ପ୍ରତିକ୍ରିୟା ଦେବାରୁ ଦୂରେଇ ରୁହନ୍ତୁ।
କନ୍ୟା- ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିପାରେ। ଗ୍ରାହକ କିମ୍ବା ସହକର୍ମୀଙ୍କ ମେସେଜ୍‌ ଆସିଲେ ଶୀଘ୍ର ଉତ୍ତର ଦିଅନ୍ତୁ। ପିଲାମାନଙ୍କ ପାଇଁ ଖର୍ଚ୍ଚ ବଢ଼ିପାରେ।
ତୁଳା- ସରକାରୀ କାର୍ଯ୍ୟାଳୟରେ ଅଟକି ରହିଥିବା ଫାଇଲ୍‌ ଆଗକୁ ବଢ଼ିପାରେ । ଆୟର ଏକାଧିକ ଉତ୍ସରୁ ଲାଭ ମିଳିବାର ସମ୍ଭାବନା ରହିଛି। ଘରକୁ ଅତିଥିଙ୍କ ଆଗମନ ହୋଇପାରେ।
ବିଛା- ଆପଣଙ୍କ କଥା କହିବାର ଶୈଳୀ ଅନ୍ୟମାନଙ୍କୁ ପ୍ରଭାବିତ କରିପାରେ। କୌଣସି ପୁରୁଣା ବନ୍ଧୁଙ୍କ ସହ ହଠାତ୍‌ ସାକ୍ଷାତ ହୋଇପାରେ। ଫ୍ରାଞ୍ଚାଇଜ୍‌ ନେବା ପାଇଁ ପ୍ରସ୍ତାବ ମିଳିଲେ କମ୍ପାନୀ ସମ୍ପର୍କରେ ଭଲ ଭାବେ ଯାଞ୍ଚ କରନ୍ତୁ। ଦାନ୍ତରେ ଯନ୍ତ୍ରଣା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଧନୁ- କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ କଠୋର ଆଭିମୁଖ୍ୟ ଯୋଗୁଁ ଚାପ ଅନୁଭବ କରିପାରନ୍ତି। ଯୁକ୍ତିତର୍କରେ ନପଶି ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ। କୌଣସି ସୂତ୍ରରୁ ଟଙ୍କା ମିଳିଲେ ଆର୍ଥିକ ଚାପ କମିପାରେ। ମାଇଗ୍ରେନ୍‌ ସମସ୍ୟା ଥିଲେ ଅତ୍ୟଧିକ ଆଲୋକ ଓ କୋଳାହଳରୁ ଦୂରେଇ ରୁହନ୍ତୁ।
ମକର- ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଟଙ୍କା ଆସିଲେ ପୁରୁଣା ଋଣ ପରିଶୋଧ କରିବାକୁ ଚେଷ୍ଟା କରନ୍ତୁ। ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିପାରେ । ଭାଇଭଉଣୀଙ୍କ ସହ ସମୟ ଭଲ କଟିବ।
କୁମ୍ଭ- ଅଧିକ ଖର୍ଚ୍ଚ ଯୋଗୁଁ ଆର୍ଥିକ ଚାପ ବଢ଼ିପାରେ। ତେଣୁ ନିଜର ବଜେଟ୍‌ ପ୍ରସ୍ତୁତ କରନ୍ତୁ ଏବଂ କ୍ରେଡିଟ୍‌ କାର୍ଡ ବିଲ୍‌ ଯାଞ୍ଚ କରନ୍ତୁ। ବିଦେଶ କିମ୍ବା ଅନ୍ୟ ସ୍ଥାନରୁ ବଡ଼ ଅର୍ଡର ମିଳିପାରେ। ଅଧିକାରୀମାନେ କଠୋର ଭାବେ କଥା କହିଲେ ମଧ୍ୟ ଶାନ୍ତ ରହି ଉତ୍ତର ଦିଅନ୍ତୁ।
ମୀନ- କ୍ୟାରିୟରରେ ବଡ଼ ସଫଳତା ମିଳିବାର ସମ୍ଭାବନା ରହିଛି । ଦୀର୍ଘଦିନ ଧରି ଅଟକି ରହିଥିବା ଅନୁମୋଦନ ମିଳିପାରେ। ମନମାଳିନ୍ୟ ଥିବା ସମ୍ପର୍କୀୟଙ୍କ ସହ କଥା ହେବାକୁ ଆଗେଇ ଆସନ୍ତୁ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।