ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଚେତିଲେ ଓଡ଼ିଶା ସରକାର: ମନ୍ତ୍ରୀ କହିଲେ ଭଙ୍ଗାଯିବ ଦୁର୍ବଳ କୋଠା

Sep 07, 2026 - 13:07
ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଚେତିଲେ ଓଡ଼ିଶା ସରକାର: ମନ୍ତ୍ରୀ କହିଲେ ଭଙ୍ଗାଯିବ ଦୁର୍ବଳ କୋଠା

ଭୁବନେଶ୍ୱର, ୭।୯: ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଓଡ଼ିଶା ସରକାର ଦୁର୍ବଳ କୋଠାଗୁଡ଼ିକୁ ନେଇ ତତ୍ପର ହୋଇଛନ୍ତି। ରାଜ୍ୟରେ ଥିବା ଦୁର୍ବଳ ସରକାରୀ ଓ ବେସରକାରୀ କୋଠାଗୁଡ଼ିକୁ ଚିହ୍ନଟ କରି ଭାଙ୍ଗିବା ନେଇ ପଦକ୍ଷେପ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଦୁର୍ବଳ କୋଠାଗୁଡ଼ିକୁ ନେଇ ସମ୍ପୃକ୍ତ ବିଭାଗକୁ ଚିଠି କରାଯିବ। ସୁରକ୍ଷା ଦୃଷ୍ଟିରୁ ବିପଦପୂର୍ଣ୍ଣ ଥିବା କୋଠାଗୁଡ଼ିକର ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।

ବିଶେଷକରି ଦୁର୍ବଳ ସ୍କୁଲ ଓ ଅଙ୍ଗନଓ୍ୱାଡି କେନ୍ଦ୍ରଗୁଡ଼ିକୁ ଭାଙ୍ଗିବା ନେଇ ପୂର୍ବରୁ ଚିଠି କରାଯାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଛାତ୍ରୀଛାତ୍ର ଓ ଶିଶୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଦୁର୍ବଳ କୋଠାଗୁଡ଼ିକ ବିରୋଧରେ ଶୀଘ୍ର ପଦକ୍ଷେପ ନିଆଯିବ। ଦିଲ୍ଲୀ ଘଟଣା ପରେ ରାଜ୍ୟରେ ମଧ୍ୟ ଦୁର୍ବଳ ଓ ବିପଦପୂର୍ଣ୍ଣ କୋଠା ଉପରେ ପ୍ରଶାସନର ନଜର ବଢ଼ିଥିବା ବେଳେ ମନ୍ତ୍ରୀଙ୍କ ଏହି ସୂଚନାକୁ ଗୁରୁତ୍ୱ ଦିଆଯାଉଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।