Mystery Fever Spreads Fear: ଅଜଣା ଜ୍ବର ଆତଙ୍କ, ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ ଖବର
ନବରଙ୍ଗପୁର ଉମରକୋଟ ଅଂଚଳରେ ବ୍ୟାପୁଛି ଜ୍ବର। ଲୋକଙ୍କୁ ଜ୍ବର ବ୍ୟାପିବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ କି ପ୍ରଶାସନର ମଧ୍ୟ ନଜର ନାହିଁ। ଉମରକୋଟ ବ୍ଲକ ତୋହରା ପଞ୍ଚାୟତର ଦୁଇ ଗାଁରେ ବ୍ୟାପିଛି ଅଜଣା ଜ୍ବର। ପଦମଝରି ଓ ଅର୍ଜୁନପାଣି ଗାଁରେ ଅନେକ ଲୋକ ଏହି ଅଜଣା ଜ୍ବରରେ ପୀଡ଼ିତ ଥିବା ଅଭିଯୋଗ ହୋଇଛି। ଅର୍ଜୁନପାଣି ଗାଁରେ ଗୁରୁବାରୀ ନାମକ ଜଣେ ମହିଳା ଗତ କିଛି ଦିନ ହେଲା ଜ୍ୱରରେ ପଡ଼ିଛନ୍ତି।
ଡାକ୍ତରଖାନା ପ୍ରାୟ ୩୫ କିଲୋମିଟର ଦୂରରେ ରହିଛି। ସରକାରୀ ଚିକିତ୍ସା ହାତ ପାଖରେ ନାହିଁ। ତେଣୁ ଅଣ ସ୍ୱୀକୃତିପ୍ରାପ୍ତ ଚିକିତ୍ସକଙ୍କ ନିକଟରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ପଦମଝରି ଗାଁର ୩ ଜଣ କିଛି ଦିନ ଧରି ଜ୍ବରରେ ପୀଡ଼ିତ ଅଛନ୍ତି। କେବଳ ଏହି ୪ ଜଣ ନୁହଁନ୍ତି ଗାଁର ଅନ୍ୟ କିଛି ଲୋକ ମଧ୍ୟ ଜ୍ବରରେ ପୀଡ଼ିତ ଥିବା ଜଣାପଡିଛି। ଏହି ପଞ୍ଚାୟତରେ ପ୍ରାୟ ୧୪ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ପଡୋଶୀ ପଞ୍ଚାୟତରେ ଥିବା ମେଡିକାଲରେ ଅନେକ ସମୟରେ ତାଲା ଝୁଲୁଛି। ଜଣେ ଏଏନଏମଙ୍କ ଉପରେ ୧୪ ହଜାର ଲୋକଙ୍କ ସ୍ବାସ୍ଥ୍ୟ ଦାୟିତ୍ବ ରହିଛି। ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇଛି।...
ବ୍ୟାପିଛି ଅଜଣା ଜ୍ବର !
ଉମରକୋଟ ତୋହରା ପଞ୍ଚାୟତରେ ଅଜଣା ଜ୍ବର ଆତଙ୍କ
ଏକାଧିକ ଲୋକ ଅନେକ ଦିନ ଧରି ଜ୍ବରରେ ପୀଡ଼ିତ
ପଦମଝରି ଓ ଅର୍ଜୁନପାଣି ଗାଁରେ ବ୍ୟାପିଛି ଜ୍ବର
ଚିକିତ୍ସା ଲାଗି ପଞ୍ଚାୟତରେ ନାହିଁ ସୁବିଧା
ପଡ଼ୋଶୀ ପଞ୍ଚାୟତରେ ରହିଛି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର
ମେଡିକାଲରେ ଅନେକ ସମୟରେ ଝୁଲୁଛି ତାଲା
ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଲୋକଙ୍କ ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।