ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…
ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ ଗୁରୁତର ହୋଇ ଚିକିତ୍ସାଧୀନ ରହିଥିବା ବେଳେ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚି ଆରମ୍ଭ କରିଛି ତଦନ୍ତ।
ସୂଚନାନୁସାରେ, ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ରହିଥିବା ରାଲେଗଡ଼ା ପଞ୍ଚାୟତର ତେଲରାଇ ଗ୍ରାମ ଶିକ୍ଷକ ସୁରେନ୍ଦ୍ର ପାଙ୍ଗି ବିଦ୍ୟାଳୟ କାର୍ଯ୍ୟ ସାରି ନିଜ ମୋଟର ସାଇକେଲ ନଂ ଓଡି ୧୦ଏଫ୍ ୨୯୩୮ ଯୋଗେ ଘରକୁ ଫେରୁଥିବା ସମୟରେ ବିପରୀତ ଦିଗ ସମୁଖ ଆଡୁ ଆସୁଥିବା ଅନ୍ୟ ଏକ ମୋଟରସାଇକେଲ ସହ ଧକ୍କା ହେବା ଫଳରେ ଶିକ୍ଷକ ପାଙ୍ଗି ଘଟଣାସ୍ଥଳେ ଆହତ ହୋଇ ପଡ଼ିଯାଇଥିଲେ। ଏହି ସମୟରେ ନିକଟରେ ଥିବା ଓଡ଼ିଶା ମୋଟର ଚାଳକ ସଂଘ ପଟ୍ଟାଙ୍ଗିର କାର୍ଯ୍ୟକାରୀ ସଭାପତି ଭୋଗବାନ ପଡାଲ ପଡାଲଗୁଡ଼ା ଗ୍ରାମର
କିଛି ଯୁବକଙ୍କ ସହଯୋଗରେ ଆମ୍ବୁଲାନ୍ସ ଡକାଇ ଆହତ ଶିକ୍ଷକଙ୍କୁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଶିକ୍ଷକ ପାଙ୍ଗିଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପଟ୍ଟାଙ୍ଗି ଥାନାର ଏଏସ୍ଆଇ ଶା୍ୟାମସୁନ୍ଦର ରଥ ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତ ଶିକ୍ଷକ ପାଙ୍ଗିଙ୍କୁ ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଆହତ ଶିକ୍ଷକ ପାଙ୍ଗିଙ୍କ କହିବା ଅନୁସାରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଜାତୀୟ ରାଜପଥ ଉପରେ କିଛି ଖାଲଖମା ଥିବାରୁ ମୋଟରସାଇକେଲକୁ ଧିରେ ଗଡ଼ାଉ ଥିବା ବେଳେ ହଠାତ୍ ଅନ୍ୟ ମୋଟରସାଇକେଲ ସହ ଧକ୍କା ହୋଇଥିଲା ବୋଲି ପ୍ରକାଶ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।