ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

Sep 20, 2026 - 17:39
ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ ଦେବତା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା।

ପ୍ରକାଶ ଯେ, ଶୁଭ ଖୁଣ୍ଟି ସ୍ଥାପନ ପାଇଁ ପ୍ରଥମେ ଜଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ସେଠାରୁ ବିରାଟ ଶୋଭାଯାତ୍ରାରେ ଏକାଧିକ ସଂକୀର୍ତ୍ତନ ମଣ୍ଡଳୀର ବାଦ୍ୟ ସଙ୍ଗୀତରେ ଦୁର୍ଗା ମଣ୍ଡପଠାରେ ପହଞ୍ଚିଥିଲେ। ସେଠାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। ପୂଜକ ବୁଲୁ ତ୍ରିପାଠୀଙ୍କ ଦ୍ୱାରା ଦେବକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଦୁର୍ଗାପୂଜା କମିଟିର କାର୍ଯ୍ୟକାରୀ ସଭାପତି ଲେଙ୍କା ନାୟକ କର୍ତ୍ତା ଭାବେ ଦାୟିତ୍ୱ ସମ୍ପନ୍ନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସୁରଥ ପ୍ରଧାନ, ସହସମ୍ପାଦକ ମହେଶ୍ୱର ସାହୁ, ଉପସଭାପତି ବିଶ୍ୱ ପ୍ରଧାନ, ସିସପା ପ୍ରଧାନ, କୋଷାଧ୍ୟକ୍ଷ ଦୀପକ ସାହୁ, କ୍ରିଷ୍ଣା ଗୌଡ଼, ଗଜଲଷ୍ମୀ ପୂଜା କମିଟି ସଭାପତି
ବଂଶୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଦାରିଙ୍ଗବାଡ଼ି ସଂକୀର୍ତ୍ତନ ମଣ୍ଡଳୀ, ଜଳେଶ୍ୱର ସଂକୀର୍ତ୍ତନ ମଣ୍ଡଳୀ ଏବଂ କଲେଙ୍ଗବାଡ଼ି ସଂକୀର୍ତ୍ତନ ମଣ୍ଡଳୀଙ୍କ ସମେତ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।