ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ

Oct 02, 2026 - 21:17
ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ପାଟଣା: ପାଟଣା ବ୍ଳକ ତୁରୁମୁଙ୍ଗା ଥାନା ଅଞ୍ଚଳ ରାଜନଗର-ଚିଲିଦା ରାସ୍ତାରେ ଗତ କାଲି ସନ୍ଧ୍ୟାରେ ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପୌରାଞ୍ଚଳର ୧୨ ନମ୍ବର ୱାର୍ଡର ବେଣୁଧର ଦେହୁରୀ (୭୪) ବୋଲି ଜଣା ପଡିଛି। ବେଣୁଧର ନିଜ ପୁଅଙ୍କ ସହ ବାଇକ ରେ କରଞ୍ଜିଆ ଫେରୁଥିଲେ। ସାମ୍ନାରୁ ଆସୁଥିବା ଏକ ବାଇକ୍ ସହ ତାଙ୍କ ବାଇକର ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ନୁଆଗାଁ ଗ୍ରାମର ଜଣେ ଯୁବକ ଓ ମୃତକଙ୍କ ପୁଅ ଆହତ ହୋଇଥିଲେ। ମୃତକ ଓ ଆହତଙ୍କୁ ୧୦୮ ଯୋଗେ କେନ୍ଦୁଝରସ୍ଥିତ ଧରଣୀଧର ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ଡାକ୍ତର ବେଣୁଧରଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତୁରୁମୁଙ୍ଗା ଥାନାରେ ୨୫୯/୨୦୨୬ ମୂଳେ ଏକ ଦୁର୍ଘଟଣା ମାମଲା ରୁଜୁ କରି ଥାନା ଏ ଏସ ଆଇ ଅନନ୍ତ ନାରାୟଣ ନାଏକ ଆଜି କେନ୍ଦୁଝର ଯାଇ ମୃତକର ଶବ ବ୍ୟବଚ୍ଛେଦ କରାଇଛନ୍ତି। ଦୁର୍ଘଟଣାଗ୍ରସ୍ତ ୨ ବାଇକ କୁ ପୁଲିସ ଜବତ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।