ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମହିଳା କନେଷ୍ଟବଳଙ୍କ ସ୍ୱାମୀ ମୃତ

Sep 29, 2026 - 10:07
ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମହିଳା କନେଷ୍ଟବଳଙ୍କ ସ୍ୱାମୀ ମୃତ

ନନ୍ଦିଘୋଷ ବ୍ୟୁରୋ : ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମହିଳା କନେଷ୍ଟବଳଙ୍କ ସ୍ୱାମୀଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା  ଖୁଣ୍ଟାପଡ଼ା ନିକଟରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପାଟଣା ଥାନା ର ଜଣେ ମହିଳା କନେଷ୍ଟବଳଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ତୁରୁମୁଙ୍ଗା ଥାନା ଖଜିରାପଶି ଗାଁର ତ୍ରିଲୋଚନ ମହାନ୍ତ । ସେ କେନ୍ଦେଇପଶି ଛକ ନିକଟରେ ଏକ ଜନସେବା କେନ୍ଦ୍ର  ପରିଚାଳନା କରୁଥିଲେ । ଗତକାଲି ଜନସେବା କେନ୍ଦ୍ର ବନ୍ଦ କରି ବାଇକରେ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ତୁରୁମୁଙ୍ଗା ଏବଂ ପାଟଣା ଥାନା ପୋଲିସ  ପହଞ୍ଚି ମୃତଦେହ ଜବତ କରିଛି।  ପୂର୍ବ ଶତ୍ରୁତା ନା ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ ଘଟିଛି, ସେ ନେଇ ପୋଲିସ ବିଭିନ୍ନ ଦିଗରୁ  ତଦନ୍ତ ଆରମ୍ଭ କରିଛି । ଏଥିସହ ଆଖପାଖ ଅଞ୍ଚଳରେ ନାକାବନ୍ଦୀ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଛାନବିନ୍ ଜାରି ରହିଛି…।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।