ଧରିତ୍ରୀ ୟୁଥ୍ କନ୍କ୍ଲେଭ୍-୨୦୨୬: ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ
ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ
କଳକାରାଖାନା ସହ ଗାଡିମୋଟର ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି। ବାୟୁମଣ୍ଡଳରେ ଧୂଆଁ ଆସ୍ତରଣ ଓ ଅଙ୍ଗାରକାମ୍ଳ ପରିମାଣ ବଢ଼ୁଥିବାରୁ ପରିବେଶ ପ୍ରଦୂଷିତ ହେଉଛି। ଅନ୍ୟପକ୍ଷରେ ଅଙ୍ଗାରକାମ୍ଳ ସ୍ତରକୁ ନିୟନ୍ତ୍ରଣ କରୁଥିବା ଗଛକୁ କାଟି ଆମେ ବଡ଼ ଅଟ୍ଟାଳିକା କରୁଥିବାରୁ ଅମ୍ଳଜାନର ପରିମାଣ କମିବାରେ ଲାଗିଛି। ସେହିଭଳି ଏଣେତେଣେ ଅଳିଆ ଆବର୍ଜନା ପକାଯାଉଥିବାରୁ ପରିବେଶ ନଷ୍ଟ ହେଉଛି। ଏବେଠାରୁ ସର୍ତକ ନ ହେଲେ ଭବିଷ୍ୟତରେ ବଡ଼ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ। ଲୋକେ ବଞ୍ଚତ୍ବା ପାଇଁ ସ୍ବଚ୍ଛ ଜଳ ଓ ସୁସ୍ଥ ବାୟୂର ଅଭାବର ଅନୁଭବ କରିବେ।
ପ୍ରକୃତି ଆମ ଜୀବନର ଆଧାର
ମହାନ୍ ହିନ୍ଦୀ କବି ସୁମିତ୍ରା ନନ୍ଦନ ପନ୍ଥଙ୍କ କହିବା ଅନୁଯାୟୀ, ମଣିଷ ସବୁଠାରୁ ସୁନ୍ଦର ପ୍ରାଣୀ। ପ୍ରକୃତି ଆମ ଜୀବନର ଆଧାର। ବିକାଶ ଦୌଡ଼ରେ ଆମେ ବହୁଳ ଭାବରେ ଗଛକାଟି ଏବଂ ପ୍ଲାଷ୍ଟିକକୁ ବ୍ୟବହାର କରି ପ୍ରକୃତିକୁ ନଷ୍ଟ କରୁଛେ। ଏଥିପାଇଁ ଆମର ଅଭ୍ୟାସରେ ପରିବର୍ତ୍ତନ ଆଣିବା ଜରୁରୀ। ନିଜର ବ୍ୟସ୍ତବହୁଳ ଜୀବନରେ କିଛି ସମୟ ପ୍ରକୃତିର ସୁରକ୍ଷା ପାଇଁ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ପୃଥିବୀ କେବଳ ଆମର ନୁହେଁ। ଆମେ ଯାହା କରିକି ଯିବା, ତା’ର ପ୍ରଭାବ ଆଗାମୀ ପିଢ଼ି ଉପରେ ଅଧିକ ପଡ଼ିବ। ଏଥିପାଇଁ ସମସ୍ତେ ସଚେତନ ହେବା ଜରୁରୀ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।