ରାଇକିଆ ବ୍ଲକ୍ରେ ସ୍ଥିତି ସୁଧୁରିନି, ପୁଣି ଘାରିଲା ବର୍ଷା ଭୟ
ରାଇକିଆ, ୧।୧୧ (ପ୍ରଦୀପ ବେହେରା): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ପରେ ପୁଣି ଏକ ବାତ୍ୟା ଆଶଙ୍କା ଲୋକଙ୍କ ମନରେ ଭୟ ସଞ୍ଚାର କରିଛି। ତିନି ଦିନ ପରେ ମଧ୍ୟ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ସ୍ୱାଭାବିକ ହୋଇପାରିନାହିଁ। ଉଦ୍ଧାର କାର୍ଯ୍ୟ ମଧ୍ୟ ଶେଷ ହୋଇନଥିବା ବେଳେ ଶନିବାର ଅପରାହ୍ନରେ ପୁଣି ରାଇକିଆ ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ରବିବାର ସକାଳେ ମଧ୍ୟ ଆକାଶ ହାଲୁକା ମେଘାଚ୍ଛନ୍ନ ରହିଛି। ବିଭିନ୍ନ ପାହାଡ଼ରୁ ଏବେ ବି ପାଣି ଝରୁଛି।
ଅନ୍ୟପକ୍ଷରେ, ରାଇକିଆ ବ୍ଲକ୍ ସୀମାନ୍ତ ଭଞ୍ଜନଗର ବ୍ଲକ୍ର ଗିଡ଼ିପାପଲ୍ଲୀ ଗ୍ରାମର ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ଡାଙ୍ଗେସି ରାସ୍ତା ଦେଇ ଏନ୍ଡିଆର୍ଏଫ୍ ଟିମ୍ ସାମିଲ ହୋଇଛି। ଆଗକୁ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ରାସ୍ତା ସଫା ରଖିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଉଦ୍ୟମ କରାଯାଉଛି। ଏଥିସହ ଯେଉଁ କେତୋଟି ସ୍ଥାନରେ କିଛି ପରିବାର ରହିଯାଇଛନ୍ତି, ସେମାନଙ୍କୁ ମଧ୍ୟ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ବୋଲି ବିଡିଓ ସବ୍ୟସାଚୀ ସାହୁ କହିଛନ୍ତି।
ଆଜି ସୁଦ୍ଧା ରାଇକିଆ ବ୍ଲକ୍ର ୧୨ଟି ରିଲିଫ୍ କ୍ୟାମ୍ପରେ ୯୯୪ ଜଣ ଆଶ୍ରୟ ନେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।