ନକଲି ସାର୍ଟିଫିକେଟ୍ ଓ ନୋଟ୍ ଧରିବ ନୂଆ ଟେକ୍ନୋଲୋଜି! NIT ରାଉରକେଲା ଗବେଷକଙ୍କ ବଡ଼ ସଫଳତା
ନନ୍ଦିଘୋଷ ବିୁରୋ: କ୍ଷଣିକରେ ଧରାପଡିବ ନକଲି ସାର୍ଟିଫିକେଟ ଓ ନକଟି ଟଙ୍କା । ଖଣିରେ ଆଦ୍ରତା ଯାଞ୍ଚ କରି ଦୁର୍ଘଟଣା ବି ରୋକାଯାଇପାରିବ । ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପରେ ଆଦ୍ରତା ଯାଞ୍ଚ କରି ସଠିକ ମାନ ମଧ୍ୟ ହୋଇପାରିବ ନିର୍ଦ୍ଧାରଣ । ରାଉରକେଲା ଏନଆଇଟି କେମେଷ୍ଟ୍ରୀ ବିଭାଗର ଆସୋସିଏଟ ପ୍ରଫେସର ସରୋଜ ଲୋଚନ ସାମଲଙ୍କ ନେତୃତ୍ବରେ ଗବେଷଣା କରିଥିବା ଗବେଷକମାନେ ଏହି ସଫଳତା ପାଇଛନ୍ତି । ବିକଶିତ ପଦାର୍ଥ ଆର୍ଦ୍ରତା ମାପୁଥିବା ଯନ୍ତ୍ର ବା ‘ହ୍ୟୁମିଡିଟି ସେନ୍ସର’ରେ ମଧ୍ୟ ବ୍ୟବହାର କରାଯାଇ ପାରିବ ଏହି ଯନ୍ତ୍ର । ଆର୍ଦ୍ରତା ବଦଳିବା ସହିତ ଏଥିରୁ ନିର୍ଗତ ଆଲୋକ ମଧ୍ୟ ବଦଳିଯାଏ । ତେଣୁ ଏହା ଖାଦ୍ୟ ପ୍ୟାକେଜିଂ, ଗୋଦାମ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଆର୍ଦ୍ରତାର ସ୍ତର ଉପରେ ନଜର ରଖିବାରେ ସାହାଯ୍ୟ କରିବ ବୋଲି ଗବେଷକ ଟିମ କହିଛନ୍ତି ।
ରାଉରକେଲା ଏନ୍.ଆଇ.ଟି. ର ଗବେଷକ ଦଳ ଏକ ‘ଲିଡ୍-ମୁକ୍ତ’ ଏଲ୍.ଇ.ଡି ବିକଶିତ କରିଛନ୍ତି । ଯାହା UV ରଶ୍ମି ସଂସ୍ପର୍ଶରେ ଆସିଲେ ହଳଦିଆ ଆଲୋକ ପ୍ରଦାନ କରିଥାଏ । ଗବେଷକ ଦଳ ଏହି ହଳଦିଆ ଆଲୋକ ଦେଉଥିବା ପଦାର୍ଥକୁ ବଜାରରେ ଉପଲବ୍ଧ ନୀଳ ଆଲୋକ ଦେଉଥିବା ପଦାର୍ଥ ସହିତ ମିଶାଇ ଏକ ‘ଧଳା ଏଲ୍.ଇ.ଡି.’ ପ୍ରସ୍ତୁତ କରିଛନ୍ତି । ଏହି ବିକଶିତ ପଦାର୍ଥ ମିଶ୍ରିତ ସ୍ୱତନ୍ତ୍ର କାଳିକୁ ପ୍ରମାଣପତ୍ର, ଦସ୍ତଖତ ଏବଂ ସୁରକ୍ଷା ଲେବଲ୍ରେ ବ୍ୟବହାର କରାଯାଇପାରିବ। ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗରମ କରିବା ପରେ, ଅଲଟ୍ରାଭାୟୋଲେଟ୍ ରଶ୍ମି ସାହାଯ୍ୟରେ ଏଥିରୁ ନିର୍ଗତ ଆଲୋକକୁ ଯାଞ୍ଚ କରାଯାଇପାରିବ। ଯାହା କୌଣସି ଜିନିଷ ଅସଲି କି ନୁହେଁ ତାହା ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିବ ବୋଲି ଗବେଷକ ଟିମ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।