ନଦୀରେ ଭାସୁଥିଲା ମୃତ କୁମ୍ଭୀର, ବାହ୍ୟ ଅଂଶରେ ନାହିଁ କୌଣସି ଆଘାତ ଚିହ୍ନ, ଉଦ୍ଧାର ପରେ…
ମାର୍ଶାଘାଇ,୨୬ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବଡ଼କୁଳ ପଞ୍ଚାୟତ ଗୋପୀନାଥପୁର ଗ୍ରାମ ନିକଟରେ ଲୁଣାନଦୀରୁ ଏକ ମୃତ କୁମ୍ଭୀର ଜବତ କରାଯାଇଛି। ରବିବାର ପୂର୍ବାହ୍ନରେ ଗୋପୀନାଥପୁର ଗ୍ରାମର କେତେକ ଲୋକ କୁମ୍ଭୀର ନଦୀରେ ଭାସୁଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। କେନ୍ଦ୍ରାପଡ଼ା ରେଞ୍ଜର ମାର୍ଶାଘାଇ ସେକ୍ସନ ବନପାଳ ନୀଳିମା ପ୍ରିୟଦର୍ଶନୀ ନାୟକ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରକୁ ଜବତ କରିଥିଲେ। ମୃତ କୁମ୍ଭୀରଟି ମାଈ ପ୍ରଜାତିର ହୋଇଥିବା ବେଳେ ତାର ବୟସ ୮ ବର୍ଷ ହେବ ବୋଲି ସୂଚନା ମିଳିଛି। ମାର୍ଶାଘାଇ ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ତାକୁ ମାର୍ଶାଘାଇ ଫରେଷ୍ଟ ସେକ୍ଟନ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଥିବା ରେଞ୍ଜର ସଚ୍ଚିଦାନନ୍ଦ ସୁବୁଦ୍ଧି ସୂଚନା ଦେଇଛନ୍ତି। ମୃତ କୁମ୍ଭୀରର ବାହ୍ୟ ଅଂଶରେ କୌଣସି ଆଘାତ ଚିହ୍ନ ନ ଥିବା ଜଣାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।