ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

Oct 07, 2026 - 17:12
ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ ଏବଂ ମା’ ଦୁର୍ଗାଙ୍କ ପ୍ରଥମ ସୱରୂପ ମା’ ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ନବରାତ୍ରୀ ଆରମ୍ଭର ପ୍ରଥମ ଦିନଟି ବେଶ ଶୁଭ ତଥା ସକାରାତ୍ମକ ଶକ୍ତିରେ ଭରପୂର ବୋଲି ଧରାଯାଏ। ଜ୍ୟୋତିଷ ଦୃଷ୍ଟିକୋଣରୁ ମଧ୍ୟ ଏହି ଦିନଟି କିଛି ରାଶି ପାଇଁ ବିଶେଷ ଲାଭଦାୟକ ପ୍ରମାଣିତ ହୋଇପାରେ। ଏହି ଦିନ ମା’ ଦୁର୍ଗାଙ୍କ କୃପାରୁ ଚାରୋଟି ରାଶିର ବ୍ୟକ୍ତିବିଶେଷଙ୍କୁ କ୍ୟାରିୟର୍‌, ଚାକିରି, ଧନ ଏବଂ ପାରିବାରିକ ଜୀବନରେ ଭଲ ଫଳାଫଳ ମିଳିପାରେ। ଦୀର୍ଘ ଦିନରୁ ଅଧୁରା ଥିବା ସ୍ୱପ୍ନ ପୂରଣ ହେବାର ବାଟ ମଧ୍ୟ ସହଜ ହୋଇପାରେ।

ମେଷ ରାଶି

ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ନବରାତ୍ରୀର ପ୍ରଥମ ଦିନଟି କ୍ୟାରିୟର୍‌ ଦୃଷ୍ଟିରୁ ବେଶ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନର ପ୍ରଶଂସା ହୋଇପାରେ ଏବଂ ପଦ-ପ୍ରତିଷ୍ଠା ବୃଦ୍ଧିର ଯୋଗ ବନୁଛି। ପଦୋନ୍ନତି (ପ୍ରମୋସନ) ମିଳିବା ସହ ଚାକିରି ସମ୍ପର୍କରେ ଅନ୍ୟ ସହରକୁ ଯିବାର ସୁଯୋଗ ମଧ୍ୟ ମିଳିପାରେ। ପାରିବାରିକ ଜୀବନରେ ସୁଖ-ଶାନ୍ତି ବଜାୟ ରହିବ ଏବଂ ପରିବାର ସହିତ କୁଆଡ଼େ ବୁଲିଯିବାର ଯୋଜନା ହୋଇପାରେ।
ଅବିବାହିତ ବ୍ୟକ୍ତିଙ୍କ ବିବାହ କଥାବାର୍ତ୍ତା ଆଗକୁ ବଢ଼ିପାରେ। ନୂଆ ଲୋକଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ଆପଣଙ୍କ ବୃତ୍ତିଗତ ଜୀବନ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

ବିଛା ରାଶି

ବିଛା ରାଶିର ଲୋକଙ୍କ ପାଇଁ ନବରାତ୍ରୀର ଆରମ୍ଭ ସକାରାତ୍ମକ ପରିବର୍ତ୍ତନ ନେଇ ଆସିପାରେ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାରୁ ଧୀରେ ଧୀରେ ମୁକ୍ତି ମିଳିବାର ସଙ୍କେତ ରହିଛି। କୌଣସି ଖବର ବା ସୂଚନା ପାଇଁ ଆପଣ ଦୀର୍ଘ ସମୟରୁ ଅପେକ୍ଷା କରିଥିଲେ, ତାହାର ଅନ୍ତ ଘଟିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ ଏବଂ ଆପଣଙ୍କ କାମର ପ୍ରଶଂସା ହେବ। ପ୍ରେମ ସମ୍ପର୍କ କ୍ଷେତ୍ରରେ ମଧ୍ୟ ଦିନଟି ଅନୁକୂଳ ରହିବ।

ମକର ରାଶି

ମକର ରାଶିର ଲୋକଙ୍କ ପାଇଁ ମା’ ଦୁର୍ଗାଙ୍କ କୃପାରୁ କାର୍ଯ୍ୟକ୍ଷେତ୍ରରେ ଆସୁଥିବା ବାଧାବିଘ୍ନ ଦୂର ହୋଇପାରେ। ଆପଣଙ୍କ ଯୋଜନାଗୁଡ଼ିକ ଗତିଶୀଳ ହେବ ଏବଂ ପରିଶ୍ରମର ସକାରାତ୍ମକ ଫଳାଫଳ ଦେଖିବାକୁ ମିଳିବ। କ୍ୟାରିୟରରେ ମନମୁତାବକ ପଦବୀ କିମ୍ୱା ଉନ୍ନତ ରୋଜଗାର ପାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିବାକୁ ପଡ଼ିବ, କିନ୍ତୁ ସଫଳତାର ସମ୍ଭାବନା ଦୃଢ଼ ରହିବ। ଚାକିରି ବଦଳାଇବାକୁ ଚିନ୍ତା କରୁଥିବା ଲୋକଙ୍କୁ ଭଲ ପ୍ରସ୍ତାବ ମିଳିପାରେ। ବିଦେଶରେ ଚାକିରି କିମ୍ୱା ପାଠପଢ଼ା ସମ୍ପର୍କିତ କୌଣସି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମଧ୍ୟ ସାମ୍ନାକୁ ଆସିବାର ସଙ୍କେତ ରହିଛି।

କୁମ୍ଭ ରାଶି

କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ନବରାତ୍ରୀର ପ୍ରଥମ ଦିନଟି ଆର୍ଥିକ ଦୃଷ୍ଟିକୋଣରୁ ଶୁଭ ସାବ୍ୟସ୍ତ ହୋଇପାରେ। ଦୀର୍ଘ ଦିନରୁ ଘର କିଣିବାର ସୱପ୍ନ ଦେଖୁଥିଲେ, ଏହି ଦିଗରେ କୌଣସି ଶୁଭ ଖବର ମିଳିପାରେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ଦ୍ୱାରା ସମ୍ପତ୍ତି କିଣିବା ବାଟ ସହଜ ହେବ।

କ୍ୟାରିୟରରେ ସଫଳତା ପାଇବା ପାଇଁ ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ ରଖନ୍ତୁ ଏବଂ ଆଶା ଛାଡ଼ନ୍ତୁ ନାହିଁ। ପାରିବାରିକ ଜୀବନ ସୁଖମୟ ରହିବ। ତେବେ ଏହି ସମୟ ମଧ୍ୟରେ ନିଜ ବାଣୀ ଓ ବ୍ୟବହାର ଉପରେ ବିଶେଷ ସଂଯମ ରଖିବା ଆପଣଙ୍କ ପାଇଁ ଲାଭଦାୟକ ହେବ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।