ନବରାତ୍ରୀର ପ୍ରଥମ ଦିନରେ ସୂର୍ଯ୍ୟଙ୍କ ଗୋଚର, ୫ ରାଶିଙ୍କର ହୁ ହୁ ହୋଇ ବଢିବ ଟଙ୍କା!
ସୂର୍ଯ୍ୟ ଗ୍ରହ ୧୧ ଅକ୍ଟୋବର ୨୦୨୬ ରବିବାର ରାତି ୨ଟା ୨୫ ମିନିଟରେ ହସ୍ତା ନକ୍ଷତ୍ରରୁ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହ ମଙ୍ଗଳଙ୍କ ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ମଙ୍ଗଳଙ୍କ ନକ୍ଷତ୍ରରେ ରହିବା ଦ୍ୱାରା ଅନେକ ରାଶିକୁ ଲାଭ ମିଳିପାରେ। ଏହାର ପ୍ରଭାବରେ ଭାଗ୍ୟଶାଳୀ ରାଶିମାନଙ୍କ ପାଇଁ ଧନଲାଭର ଯୋଗ ସୃଷ୍ଟି ହୋଇପାରେ।
ମଙ୍ଗଳ ଗ୍ରହଙ୍କୁ ଶକ୍ତି ଓ ସାହସର ପ୍ରତୀକ ବୋଲି ବିବେଚନା କରାଯାଏ। ସୂର୍ଯ୍ୟଙ୍କୁ ମାନ-ସମ୍ମାନ ଏବଂ ନେତୃତ୍ୱର କାରକ ମନେ କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବରୁ ମେଷ, ବୃଷ, ସିଂହ, କନ୍ୟା ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିପାରେ। ଏହି ଲୋକମାନଙ୍କ ପାଇଁ ଆର୍ଥିକ ଦୃଷ୍ଟିକୋଣରୁ ସମୟ ଭଲ ରହିବ।
ଶାରଦୀୟ ନବରାତ୍ରୀର ପ୍ରଥମ ଦିନରେ ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚର ମେଷ ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ଆପଣଙ୍କୁ ଭାଗ୍ୟର ସାଥ ମିଳିବ। ଚାକିରି କରୁଥିବା ଲୋକଙ୍କ ପାଇଁ ପଦୋନ୍ନତିର ଯୋଗ ସୃଷ୍ଟି ହୋଇପାରେ। ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିପାରେ।
ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରୁ ବୃଷ ରାଶିର ବ୍ୟକ୍ତିବିଶେଷଙ୍କୁ ଫାଇଦା ମିଳିପାରେ। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ପରିଶ୍ରମର ଫଳ ମିଳିବ। କୌଣସି ନୂଆ କାମ କରିବାକୁ ଭାବୁଥିଲେ, ସମୟ ଭଲ ରହିବ।
ସୂର୍ଯ୍ୟ ଗ୍ରହ ସିଂହ ରାଶିର ସୱାମୀ ଅଟନ୍ତି। ସୂର୍ଯ୍ୟଙ୍କ ପ୍ରଭାବରୁ ସିଂହ ରାଶିକୁ ସକାରାତ୍ମକ ଫଳାଫଳ ମିଳିବ। ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ। କାର୍ଯ୍ୟକ୍ଷେତ୍ରରେ ଚାକିରିଜୀବୀଙ୍କ ପ୍ରଶଂସା ହେବ। ଆପଣଙ୍କୁ ଅଟକି ରହିଥିବା ଟଙ୍କା ଫେରି ମିଳିପାରେ।
କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କୁ ସୂର୍ଯ୍ୟ ଗ୍ରହଙ୍କ ନକ୍ଷତ୍ର ଗୋଚରରୁ ଲାଭ ମିଳିବ। ଆପଣଙ୍କ ପାଇଁ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ବ୍ୟବସାୟୀମାନଙ୍କର ଏକ ବଡ଼ ଡିଲ ହେବା ଯୋଗୁଁ ପ୍ରଚୁର ମୁନାଫା ହୋଇପାରେ। ଆୟର ନୂଆ ଉତ୍ସ ସୃଷ୍ଟି ହେବ।
କୁମ୍ଭ ରାଶିର ବ୍ୟକ୍ତିମାନଙ୍କୁ ସୂର୍ଯ୍ୟ ଗ୍ରହଙ୍କ ନକ୍ଷତ୍ର ଗୋଚରରୁ ଫାଇଦା ହେବ। ଆପଣଙ୍କୁ ଆର୍ଥିକ ଦୃଷ୍ଟିରୁ ଲାଭ ମିଳିପାରେ। ବ୍ୟବସାୟୀମାନଙ୍କୁ ଭଲ ମୁନାଫା ମିଳିପାରେ। ଆପଣଙ୍କୁ ସଞ୍ଚୟ କରିବାରେ ସଫଳତା ମିଳିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।