ନଭେମ୍ବର ୧ରୁ ନୂଆ ନିୟମ: NHAIର ନୂଆ ପାସ୍‌କୁ ନେଇ ଆସିଲା ବଡ଼ ଖବର

Oct 31, 2026 - 10:05
ନଭେମ୍ବର ୧ରୁ ନୂଆ ନିୟମ: NHAIର ନୂଆ ପାସ୍‌କୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୩୧।୧୦: ଜାତୀୟ ରାଜପଥ ପ୍ରାଧିକରଣ (NHAI) ସ୍ଥାନୀୟ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଇ ୧ ନଭେମ୍ବର ୨୦୨୬ରୁ କନସେସନାଲ ଆନୁଆଲ ଲୋକାଲ ପାସ (Concessional Annual Local Pass) ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। NHAI ଅଧିକାରୀଙ୍କ ଅନୁସାରେ, ଏହି ନୂଆ ବାର୍ଷିକ ପାସ ଦ୍ୱାରା କେବଳ ବାରମ୍ବାର ପାସ ରିନ୍ୟୁ କରିବାର ଭୟ ଦୂର ହେବ ନାହିଁ, ବରଂ ମଲ୍ଟି-ଲେନ ଫ୍ରି ଫ୍ଲୋ ଟୋଲିଂ ସିଷ୍ଟମେରେ ଭୁଲରେ କଟୁଥିବା ଇ-ନୋଟିସ ଏବଂ ଦୁଇଗୁଣା ଜରିମାନାରୁ ମଧ୍ୟ ମୁକ୍ତି ମିଳିବ। ତେବେ ଏହି ନୂଆ ଲୋକାଲ ପାସ କ’ଣ, ଏହା କିପରି କାମ କରିବ, ଏହାର କ’ଣ ସବୁ ଫାଇଦା ରହିଛି ଏବଂ ଏହାକୁ କିପରି ପାଇପାରିବେ, ଆସନ୍ତୁ ଜାଣିବା।

ଏପର୍ଯ୍ୟନ୍ତ ଟୋଲ ପ୍ଲାଜାର ୨୦ କିଲୋମିଟର ପରିଧି ମଧ୍ୟରେ ରହୁଥିବା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କେବଳ ମାସିକ ପାସ ବ୍ୟବସ୍ଥା ଥିଲା। ଏହି ପାସ୍‌କୁ ପ୍ରତି ମାସରେ ରିନ୍ୟୁ କରିବାକୁ ପଡ଼ୁଥିଲା। କିନ୍ତୁ ୧ ନଭେମ୍ବର ୨୦୨୬ ଅର୍ଥାତ୍‌ ଆସନ୍ତାକାଲିଠାରୁ NHAI ଏହାକୁ ପରିବର୍ତ୍ତନ କରି ବାର୍ଷିକ ଲୋକାଲ ପାସ ବ୍ୟବସ୍ଥା ଲାଗୁ କରିଛି।

ଟୋଲ ପ୍ଲାଜାର ୨୦ କିଲୋମିଟର ପରିଧି ମଧ୍ୟରେ ରହୁଥିବା ଅଣ-ବାଣିଜ୍ୟିକ (Non-Commercial) ଅର୍ଥାତ୍‌ ବ୍ୟକ୍ତିଗତ ଗାଡ଼ି ମାଲିକମାନେ ଏହି ବାର୍ଷିକ ଲୋକାଲ ପାସ କରିପାରିବେ।

ଏହି ପାସ ପାଇଁ ଶୁଳ୍କ ନିମ୍ନଲିଖିତ ଭାବେ ଧାର୍ଯ୍ୟ କରାଯାଇଛି।
– ଗ୍ରାମାଞ୍ଚଳ ଓ ଛୋଟ ସହରର ଟୋଲ ପ୍ଲାଜା: ବାର୍ଷିକ ୧,୫୦୦ ଟଙ୍କା।
– ସହରାଞ୍ଚଳର ଟୋଲ ପ୍ଲାଜା: ବାର୍ଷିକ ୩,୦୦୦ ଟଙ୍କା।

ସୂଚନାଯୋଗ୍ୟ, ପୂର୍ବରୁ ସାଧାରଣ ମାସିକ ପାସ ପାଇଁ ପ୍ରତି ମାସରେ ୩୫୦ ଟଙ୍କା ଖର୍ଚ୍ଚ ହେଉଥିଲା। ଅର୍ଥାତ୍‌ ବର୍ଷକୁ ମୋଟ ୪,୨୦୦ ଟଙ୍କା ଦେବାକୁ ପଡ଼ୁଥିଲା। କିନ୍ତୁ ନୂଆ ବାର୍ଷିକ ପାସ ପୂର୍ବ ତୁଳନାରେ ବହୁତ ଶସ୍ତା ହେବ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।