ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

Oct 09, 2026 - 15:03
ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ‘ବୁରାଇ ଖତମ ହୋ ଗଇ’ ବୋଲି ଲେଖିଥିବା ପୋଷ୍ଟକୁ ନେଇ ଅନେକ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଛନ୍ତି। ନାନାଙ୍କ ପରଲୋକକୁ ନେଇ ଫିଲ୍ମ ଜଗତ ଓ ତାଙ୍କ ପ୍ରଶଂସକମାନେ ଶୋକ ପ୍ରକାଶ କରୁଥିବା ବେଳେ ତନୁଶ୍ରୀ ଏଭଳି ପୋଷ୍ଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।
୨୦୧୮ରେ ‘ମି ଟୁ’ ଆନ୍ଦୋଳନ ସମୟରେ ତନୁଶ୍ରୀ ୨୦୦୯ରେ ‘ହର୍ଣ୍ଣ ଓକେ ପ୍ଲିଜ’ ଚଳଚ୍ଚିତ୍ରର ଶୁଟିଂ ବେଳେ ନାନା ପାଟେକରଙ୍କ ଦ୍ୱାରା ଅନୁଚିତ ବ୍ୟବହାର କରାଯାଇଥିବା କହିଥିଲେ। ତନୁଶ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଏକ ଗୀତର ଶୁଟିଂ ସମୟରେ ଏକ ଅନ୍ତରଙ୍ଗ ନୃତ୍ୟ ଷ୍ଟେପ କରିବାକୁ ବାଧ୍ୟ କରାଯାଇଥିଲା, ଯାହାକୁ ସେ ପୂର୍ବରୁ ସ୍ଥିର ହୋଇ ନ ଥିବା କହି ବିରୋଧ କରିଥିଲେ। ପରେ ସେ ନାନା ପାଟେକରଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଥିଲେ। ତେବେ ନାନା ପାଟେକର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।

ପୋଲିସ ଏହି ମାମଲାରେ ଏଫଆଇଆର୍‌ ରୁଜୁ କରିଥିଲା। ୨୦୧୯ରେ ପର୍ଯ୍ୟାପ୍ତ ପ୍ରମାଣ ନ ଥିବା କାରଣରୁ ମାମଲା ବନ୍ଦ କରାଯାଇଥିଲା। ୨୦୨୫ରେ ମୁମ୍ବାଇର ଅନ୍ଧେରୀସ୍ଥିତ ମାଜିଷ୍ଟ୍ରେଟ ଅଦାଲତ ମଧ୍ୟ ଆଇନଗତ ସମୟସୀମା ସମ୍ବନ୍ଧୀୟ କାରଣରୁ ଆପରାଧିକ କାର୍ଯ୍ୟାନୁଷ୍ଠାନକୁ ଖାରଜ କରିଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।