ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

Oct 09, 2026 - 16:50
ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ କମ୍ପାନୀର ଅନ୍ୟାୟ, ଅନୀତି ବିରୁଦ୍ଧରେ ଜିଲା ବିକାଶ ପରିଷଦ ସହଯୋଗରେ ବ୍ଲକ ବିଶକର୍ମା ଟ୍ରକ ମାଲିକ ସଂଘ ପକ୍ଷରୁ ପଦକ୍ଷେପ ସ୍ବରୂପ ଜନ ଆକ୍ରୋଶ ସମାବେଶ ସହିତ ରେଳପଥ ଅବରୋଧ କରାଯାଇଥିବା ଜଣାଯାଇଛି। ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ, ରେଳପଥରେ ବନ୍ୟାପାଣି ନିଷ୍କାସନ ବ୍ୟବସ୍ଥା କରି ଲୋକମାନଙ୍କୁ ଜଳବନ୍ଦୀ ମୁକ୍ତ କରିବା, ଅଭାବୀ ଗାଡ଼ି ମାଲିକମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ କରାଯିବା ଇତ୍ୟାଦି ଦାବି ଉପସ୍ଥାପନ କରାଯାଇଛି। ବିକାଶ ପରିଷଦର ଜିଲା ସଭାପତି ଶୁଭେନ୍ଦୁ ରାୟମହାପାତ୍ର, ସମ୍ପାଦକ ଜ୍ୟୋତିପ୍ରକାଶ ମହାନ୍ତି, ବିଶ୍ୱକର୍ମା ଟ୍ରକ ମାଲିକ ସଂଘ ସଭାପତି ପ୍ରଫୁଲ୍ଲ କୁମାର ପୃଷ୍ଟି, ଚନ୍ଦନ କୁମାର ନାୟକ, ରଜତ କୁମାର ପତି, ଅଶୋକ କୁମାର ବାରିକ, ସୁଶାନ୍ତ ନାୟକ, ଅଶୋକ କୁମାର ବାରିକ ପ୍ରମୁଖଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଥିବା ଜଣାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।