ନାବାଳିକା ପୀଡ଼ିତାଙ୍କୁ କ୍ଷତଚିହ୍ନ ନ ଥିବା କାରଣରୁ କ୍ଷତିପୂରଣରୁ ବଞ୍ଚିତ କରାଯାଇପାରିବ ନାହିଁ: ହାଇକୋର୍ଟ

Oct 24, 2026 - 08:37
ନାବାଳିକା ପୀଡ଼ିତାଙ୍କୁ  କ୍ଷତଚିହ୍ନ ନ ଥିବା କାରଣରୁ କ୍ଷତିପୂରଣରୁ ବଞ୍ଚିତ କରାଯାଇପାରିବ ନାହିଁ: ହାଇକୋର୍ଟ

ଲକ୍ଷ୍ନୌ,୨୪ା୧୦(ପି.ଟି.): ପୋକ୍‌ସୋ (ଯୌନ ନିର୍ଯାତନାରୁ ପିଲାଙ୍କୁ ସୁରକ୍ଷା) ଆଇନ ଅଧୀନରେ ଯୌନ ନିର୍ଯାତନାର ଶିକାର ପୀଡ଼ିତାଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନ ଥିବା ଡାକ୍ତରୀ ରିପୋର୍ଟରେ ଦର୍ଶାଯାଇଥିଲେ, ଏହାକୁ ଏକମାତ୍ର କାରଣ ଭାବେ ଦର୍ଶାଇ ତାଙ୍କୁ କ୍ଷତିପୂରଣ ପ୍ରଦାନରୁ ବଞ୍ଚତ୍ତ କରାଯାଇପାରିବ ନାହିଁ ବୋଲି ଆଲ୍ଲହାବାଦ ହାଇକୋର୍ଟ ରାୟ ଦେଇଛନ୍ତି। ଉତ୍ତରପ୍ରଦେଶ ରାଣୀ ଲକ୍ଷ୍ମୀବାଈ ମହିଳା ସମ୍ମାନ କୋଷ ଯୋଜନାରେ ନାବାଳିକା ପୀଡ଼ିତାଙ୍କୁ ୧୦ ଦିନ ମଧ୍ୟରେ ୩ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜଷ୍ଟିସ୍‌ ଶେଖର ବି ସରାଫ ଏବଂ ଅମିତାଭ କୁମାର ରାୟଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ସ୍ଥଗିତ ରଖିବା ପାଇଁ ଜିଲା ଷ୍ଟିୟରିଂ କମିଟିର ନିଷ୍ପତ୍ତି ଆଇନର ବିରୁଦ୍ଧାଚରଣ କରୁଥିବା ଅଦାଲତ କହିଛନ୍ତି। ଉକ୍ତ ଯୋଜନା ଅନୁଯାୟୀ, ପୋକ୍ସୋ ଆଇନ ଅଧୀନରେ ଯୌନ ନିର୍ଯାତନା ପୀଡ଼ିତା ୩ ଲକ୍ଷ ଟଙ୍କା କ୍ଷତିପୂରଣ ପାଇବାକୁ ହକ୍‌ଦାର।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।