ନାମରେ ଅତିରିକ୍ତ ‘ଏଫ୍‌’ ଥିବାରୁ ଭାରତ ରତ୍ନ ବୈଜ୍ଞାନିକ ପ୍ରଫେସର ସିଏନ୍‌ଆର ରାଓଙ୍କୁ ଏସ୍‌ଆଇଆର ନୋଟିସ୍

Sep 09, 2026 - 13:47
ନାମରେ ଅତିରିକ୍ତ ‘ଏଫ୍‌’ ଥିବାରୁ ଭାରତ ରତ୍ନ ବୈଜ୍ଞାନିକ ପ୍ରଫେସର  ସିଏନ୍‌ଆର ରାଓଙ୍କୁ ଏସ୍‌ଆଇଆର ନୋଟିସ୍

ନୂଆଦିଲ୍ଲୀ : ଦେଶର ଅନ୍ୟତମ ପ୍ରସିଦ୍ଧ ବୈଜ୍ଞାନିକ ପ୍ରଫେସର ସିଏନ୍‌ଆର ରାଓଙ୍କୁ ନିଜ ପରିଚୟ ପ୍ରମାଣ କରିବା ପାଇଁ ଏକ ଶୁଣାଣିରେ ଉପସ୍ଥିତ ହେବାକୁ କୁହାଯାଇଛି। କର୍ଣ୍ଣାଟକରେ ଚାଲିଥିବା ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ସମୟରେ ତାଙ୍କ ନାମରେ ବନାନ୍‌ ଅସମାନତା ଥିବାରୁ ଏହି ନୋଟିସ୍ ଜାରି ହୋଇଛି। ବେଙ୍ଗାଲୁରୁରେ ଜନ୍ମିତ ୯୨ ବର୍ଷୀୟ ପ୍ରଫେସର ସିଏନ୍‌ଆର ରାଓ ସହରର ବୈଜ୍ଞାନିକ କ୍ଷେତ୍ରକୁ ଗଢ଼ିବାରେ ବଡ଼ ଅବଦାନ ରଖିଛନ୍ତି। ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପାଇଛନ୍ତି ଏବଂ ଏହି ସମ୍ମାନ ପାଇଥିବା ତୃତୀୟ ବୈଜ୍ଞାନିକ ଅଟନ୍ତି। ପ୍ରଫେସର ରାଓଙ୍କୁ ଜାରି ହୋଇଥିବା ନୋଟିସ୍‌ରେ କାରଣ ଭାବେ ‘ସେଲ୍‌ଫ ନେମ୍‌ ମିସମ୍ୟାଚ୍‌’ ଦର୍ଶାଯାଇଛି। ପୁରୁଣା ଭୋଟର ତାଲିକାରେ ତାଙ୍କ ନାମ ‘ ପିଆର୍‌ଓଏଫ୍‌ ସିଏନ୍‌ ରାଓ’ ଭାବେ ରହିଛି। କିନ୍ତୁ ବର୍ତ୍ତମାନର ଭୋଟର ତାଲିକାରେ ‘ପ୍ରଫେସର୍‌’ ଶବ୍ଦରେ ଅତିରିକ୍ତ ଏକ ‘ଏଫ୍‌’ ଯୋଗ ହୋଇ ‘ପିଆର୍‌ଓଏଫଏଫ୍‌ ସିଏନ୍‌ଆର ରାଓ’ ଭାବେ ନାମ ରେକର୍ଡ ହୋଇଥିବା ଜଣାପଡ଼ିଛି। ଯାହାଙ୍କ ନାମରେ ନୋଟିସ୍ ଜାରି ହୋଇଛି, କେବଳ ସେହି ବ୍ୟକ୍ତି ଶୁଣାଣିରେ ଉପସ୍ଥିତ ହୋଇପାରିବେ।ତେଣୁ ପ୍ରଫେସର ରାଓଙ୍କୁ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ସାଇନ୍ସ ନିକଟସ୍ଥ ମଲ୍ଲେଶ୍ୱରମ୍‌ରେ ହେବାକୁ ଥିବା ଶୁଣାଣିରେ ଉପସ୍ଥିତ ହେବାକୁ ଡକାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।