ଭୁବନେଶ୍ୱରରୁ ଚୋରି , ଅସ୍ତରଙ୍ଗରୁ ଜବତ

Sep 08, 2026 - 13:43
ଭୁବନେଶ୍ୱରରୁ ଚୋରି , ଅସ୍ତରଙ୍ଗରୁ ଜବତ

ପୁରୀ : ଭୁବନେଶ୍ୱରରୁ ଚୋରି, ଅସ୍ତରଙ୍ଗରୁ ଜବତ । ମାଲିକଙ୍କ ବିଶ୍ୱାସ ରେ ବିଷ ଦେଇ ଘରୁ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଲା ଡ୍ରାଇଭର । ଅଭିଯୁକ୍ତ ହେଲା ଅସ୍ତରଙ୍ଗ ବାହୁଡ଼ିହ ଗାଁ ର ଅଶୋକ କୁମାର ବିଶ୍ୱାଳ । ତାଙ୍କ ଘରୁ ୫୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ଅସ୍ତରଙ୍ଗ ପୋଲିସ । ତେବେ ଅଭିଯୁକ୍ତ ବିକାଶ ବିଶ୍ୱାଳ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଥାନା ରେ ଏକ ମାମଲା ରୁଜୁ ହୋଇଛି ।

ସୂଚନାନୁସାରେ , ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହନ୍ତି ଅବସରପ୍ରାପ୍ତ ଜଳସମ୍ପଦ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ କୁମାର ସାହୁ । ଗତ ୨ଦିନ ତଳେ ଏକ ଜମିଜମା କାମ ପାଇଁ ସେ ନିଜ ଇପିଏଫରୁ ୬୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଉଠାଇ ଘରେ ରଖିଥିଲେ l ଏହି ଖବର ଅଶୋକଙ୍କ ଗାଡି ଡ୍ରାଇଭର ଅସ୍ତରଙ୍ଗ ବ୍ଲକ ବାହୁଡ଼ିହ ଗାଁର ବିକାଶ କୁମାର ବିଶ୍ୱାଳଙ୍କୁ ଜଣା ଥିଲା । ସେହିଦିନ ରାତିରେ ବିକାଶ କୌଶଳ କରି ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଥିଲା । ଘଟଣା ପରେ ଲଷ୍ମୀ ସାଗର ଥାନାରେ ଏକ ମାମଲା ରୁଜୁ କରିଥିଲେ ଅଶୋକ ସାହୁ । ଅଭିଯୋଗ ଆଧାରରେ ପୋଲିସ  ଛାନଭିନ କରି ବିକାଶ ର ଗାଁ ଅସ୍ତରଙ୍ଗ ବାହୁଡ଼ିହରେ ପହଞ୍ଚିଥିଲା । ସେପଟେ, ବିକାଶ ର ମା' ମଧ୍ୟ ପୁଅ ଏତେ ଟଙ୍କା କୋଉଠୁ ଚୋରି କରି ଆଣିଥିବା ନେଇ ଜଣେ ପଡୋଶୀଙ୍କ କହିଥିଲେ । ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ଏନେଇ ଅସ୍ତରଙ୍ଗ ଥାନାରେ ମଧ୍ୟ ଏକ ମାମଲା ରୁଜୁ କରିଥିଲେ । ଲକ୍ଷ୍ମୀସାଗର ଥାନା ପୋଲିସ ଅସ୍ତରଙ୍ଗ ପୋଲିସ ସହାୟତାରେ ବିକାଶଙ୍କ ଘରୁ ଟଙ୍କା ବ୍ୟାଗ ଉଦ୍ଧାର କରିଥିବାବେଳେ ବିକାଶ କେଉଁଆଡେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।