ନିଆରା ଗାଡି ପରେଡ
ସାନ ଫ୍ରାନ୍ସିସ୍କୋର ମିସନ୍ ଷ୍ଟ୍ରିଟ୍ରେ ଆୟୋଜିତ 'କିଙ୍ଗ୍ ଅଫ୍ ଦି ଷ୍ଟ୍ରିଟ୍ସ' କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ସ୍ୱତନ୍ତ୍ର ହାଇଡ୍ରୋଲିକ୍ ସିଷ୍ଟମ-ଯୁକ୍ତ 'ଲୋରାଇଡର୍' କାର୍ ଅଂଶଗ୍ରହଣ କରି ଏକ ଅନନ୍ୟ କାର୍ ପାରେଡ୍ ପ୍ରଦର୍ଶନ କରିଛନ୍ତି । ଯେଉଁଥିରେ ଗାଡ଼ିଗୁଡ଼ିକ ରାସ୍ତାରେ ଗଡ଼ିବା ସହ ଡେଇଁବା ଓ ନାଚିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଗାଡ଼ିଗୁଡ଼ିକର ସସପେନ୍ସନ୍ ହ୍ରାସ କରାଯାଇ ରାସ୍ତା ନିକଟତର ରଖାଯାଉଥିବା ବେଳେ ଏଥିରେ ସ୍ୱତନ୍ତ୍ର ହାଇଡ୍ରୋଲିକ୍ସ, କ୍ରୋମ୍, ସ୍ୱତନ୍ତ୍ର ପେଣ୍ଟୱାର୍କ ଓ ଆକର୍ଷଣୀୟ ଇଣ୍ଟେରିଅର୍ କଷ୍ଟମାଇଜ୍ କରାଯାଇଥାଏ । ମେକ୍ସିକାନ୍-ଆମେରିକାନ୍ ଏବଂ ଚିକାନୋ ସମ୍ପ୍ରଦାୟର ସଂସ୍କୃତି ସହ ଜଡ଼ିତ ଏହି ଲୋରାଇଡିଂ ଗାଡ଼ି ଚାଳନା ଉପରେ କ୍ଲାଫର୍ଣ୍ଣିଆର ବିଭିନ୍ନ ସହରରେ ପୂର୍ବରୁ କଟକଣା ଲଗାଯାଇଥିବା ବେଳେ ୨୦୨୩ ମସିହାରେ ରାଜ୍ୟ ସରକାର ଏହି ବ୍ୟାନ ହଟାଇଥିଲେ । ବର୍ତ୍ତମାନ ଏହି ଲୋରାଇଡର୍ ସଂସ୍କୃତିକୁ ଆମେରିକୀୟ ଡାକ ଟିକେଟରେ ସ୍ଥାନ ମିଳିବା ସହ ଏଥିପାଇଁ ସ୍ୱତନ୍ତ୍ର ଲାଇସେନ୍ସ ପ୍ଲେଟ୍ ମଧ୍ୟ ଜାରି କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।