ନିଆରା ରେକର୍ଡ
ଏକ ନୂଆ ରେକର୍ଡ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଆମେରିକାରେ ଡେଭିଡ୍ ରଶ୍ଙ୍କ ନେତୃତ୍ୱାଧୀନ ଏକ ଟିମ୍ ମାତ୍ର ୨ ମିନିଟ୍ ୧୯.୬୫ ସେକେଣ୍ଡରେ ୧୨ଟି ଟି- ସାର୍ଟ ଭାଙ୍ଗି ଏହି ନୂଆ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ୨ ମିନିଟ୍ ୨୪ ସେକେଣ୍ଡ ରହିଥିଲା, ଯାହାକୁ ଭାଙ୍ଗିବା ପାଇଁ ଡେଭିଡ୍ ନିଜର ୧୦ ଜଣ ସହକର୍ମୀ ଓ ଲାସ୍ ଭେଗାସ୍ର ମେଣ୍ଟାଲିଷ୍ଟ ଜନ୍ ରୋଟେଲିନୀଙ୍କୁ ସାମିଲ କରିଥିଲେ । ଲାସ୍ ଭେଗାସ୍ରେ ଏକ କର୍ପୋରେଟ୍ ଟିମ୍-ବିଲ୍ଡିଂ ଟ୍ରିପ୍ ସମୟରେ କ୍ରମାଗତ ୯ଟି ପ୍ରଚେଷ୍ଟା ବିଫଳ ହୋଇଥିଲେ । ଯାହାପରେ ଶେଷରେ ୧୦ମ ପ୍ରଚେଷ୍ଟାରେ ସେମାନଙ୍କୁ ଏହି ସଫଳତା ମିଳିଥିଲା । ସୂଚନାଯୋଗ୍ୟ, ଡେଭିଡ୍ ରଶ୍ଙ୍କ ନାମରେ ପୂର୍ବରୁ ୨୦୦ରୁ ଅଧିକ ଗିନିଜ୍ ୱାର୍ଲ୍ଡ ରେକର୍ଡ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।